ଭୁବନେଶ୍ୱର ଏୟାରପୋର୍ଟରେ ଦେବାଶିଷ ପାଣିଗ୍ରାହୀ, ଏୟାର ଆମ୍ବୁଲାନ୍ସରେ ଯିବେ କୋଲକାତା

 ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ କିଛି ସମୟ ଭିତରେ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯିବ । ଗ୍ରୀନ କରିଡରରେ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କଟକର ଏକ ଘରୋଇ କୋଭିଡ ହସ୍ପିଟାଲରୁ ଭୁବନେଶ୍ୱର ଏୟାରପୋର୍ଟକୁ ଅଣାଯାଇଛି । ଏୟାର ଆମ୍ବୁଲାନ୍‌ସରେ ଦେବାଶିଷଙ୍କୁ କୋଲକାତା ନିଆଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

କୋଲକାତାରେ ତାଙ୍କର ଉନ୍ନତ ଚିକିତ୍ସା ହେବ । କରୋନାରେ ଆକ୍ରାନ୍ତ ହୋଇ ଗତ ୨୯ ତାରିଖରୁ ଦେବାଶିଷ ପାଣିଗ୍ରାହୀ କଟକର ଏକ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.