ଏଣିକି ସ୍ପିଡ୍ ପୋଷ୍ଟ ମାଧ୍ୟମରେ କରିହେବ ଅସ୍ତି ବିସର୍ଜନ, କେମିତି ଜାଣନ୍ତୁ

ଡାକ ବିଭାଗ ଓ ସାମାଜିକ-ଧାର୍ମିକ ମଂଚ “ଓମ ଦିବ୍ୟା ଦର୍ଶନ” ମିଳିତ ଭାବରେ ପବିତ୍ର ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ ଏବଂ ବାରାଣାସୀ, ପ୍ରୟାଗରାଜ, ହରିଦ୍ୱାର ଓ ଗୟା ଠାରେ ଶ୍ରଦ୍ଧାଳୁଙ୍କ ରୀତିନୀତି ଅନୁସାରେ ସେବା ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି । ସୂଚନା ଅନୁଯାୟୀ ଏହି ସେବା ସେହି ମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନଙ୍କର ପ୍ରିୟଜନଙ୍କ ମହାମାରୀ ମାନେ ସମୟରେ ମୃତ୍ୟୁବରଣ କରିଥିଲେ ଓ ସେମାନଙ୍କ ‘ଶ୍ରଦ୍ଧା’ ସମେତ ମୃତ୍ୟୁର ପରବର୍ତ୍ତୀ ରୀତିନୀତି କରିପାରିନଥିଲେ । ଅନ୍ୟପଟରେ ଦେଖା ଯାଉଛିକି କରୋନା ମହାମାରୀ ସମୟରେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, କିନ୍ତୁ କଟକଣା ଯୋଗୁଁ ସେମାନଙ୍କର ମୃତ୍ୟୁ ପରର ଶେଷ ରୀତିନୀତି ସଠିକ୍ ଭାବରେ କରିପାରୁ ନାହାନ୍ତି । ଏପରି ସ୍ଥିତିରେ ଏକ ପଦକ୍ଷେପ ନେଇଛି ଡାକ ବିଭାଗ ।

ଏଣିକି ପାଉଁଶକୁ ଡାକଘରୁ ସୁରକ୍ଷିତ ଭାବେ ଏହି ସ୍ପିଡ୍ ପୋଷ୍ଟ ମାଧ୍ୟମରେ ପଠାଯାଇ ପାରିବ ବୋଲି ବାରାଣାସୀ ଅଞ୍ଚଳର ପୋଷ୍ଟମାଷ୍ଟର ଜେନେରାଲ୍ କୃଷ୍ଣ କୁମାର ଯାଦବ କହିଛନ୍ତି । ହିନ୍ଦୁ ଧର୍ମରେ ଗଙ୍ଗା ନଦୀରେ ଅସ୍ତି ବିସର୍ଜନ ନେଇ ଏକ ପରମ୍ପରା ଅଛି । ସାଧାରଣତଃ ଲୋକମାନେ ପ୍ରିୟଜନଙ୍କ ମୃତ୍ୟୁ ପରେ ବାରଣାସୀ, ପ୍ରୟାଗରାଜ, ହରିଦ୍ୱାର ଏବଂ ଗୟାଠାରେ ଅସ୍ତି ବିସର୍ଜନ ଏବଂ ଶ୍ରଦ୍ଧାରେ ରୀତିନୀତି କରି ମୃତ ଆତ୍ମାର ମୁକ୍ତି ନିମନ୍ତେ ପ୍ରାର୍ଥନା କରିଥାନ୍ତି । ଯାଦବ ଏହା ମଧ୍ୟ କହିଛନ୍ତି ଯେ, ଏହି ସୁବିଧା ପାଇବାକୁ ହେଲେ ଇଛୁକ “ବ୍ୟକ୍ତିଙ୍କୁ ଓମ ଦିବ୍ୟା ଦର୍ଶନ” (htpp: //omdivysdarshan.org) ପୋର୍ଟାଲକୁ ଯାଇ ପଞ୍ଜିକରଣ କରିବାକୁ ପଡିବ । ODD ପୋର୍ଟାଲରେ ଅସ୍ତି ବିସର୍ଜନ କିମ୍ବା ଶ୍ରଦ୍ଧା ସମାରୋହରେ ପଞ୍ଜୀକୃତ ହେବା ପରେ ଅସ୍ତି ପ୍ୟାକେଟ୍ ଗୁଡିକ ପୋଷ୍ଟ ଅଫିସ୍ ମାଧ୍ୟମରେ ବାରାଣାସୀ, ପ୍ରୟାଗରାଜ, ହରିଦ୍ୱାର ଏବଂ ଗୟାକୁ ପଠାଯାଇ ପାରିବ । ଏଥିପାଇଁ କିଛି ସ୍ୱତନ୍ତ୍ର ନିୟମ ରଖାଯାଇଛି ।

ଯେମିତିକି ଅସ୍ତି ପ୍ୟାକେଟକୁ ସଠିକ୍ ଭାବରେ ପ୍ୟାକ୍ କରାଯିବା ଉଚିତ୍ ଏବଂ ଏଥିରେ ‘ଓମ୍ ଦିବ୍ୟା ଦର୍ଶନ’ ବୋଲ୍ଡ ଅକ୍ଷରରେ ଲେଖାଯିବା ଉଚିତ । ଯାହାଦ୍ୱାରା ଏହାକୁ ସହଜରେ ପୃଥକ କରାଯାଇପାରିବ । ପ୍ରେରକ ମାନେ ପ୍ୟାକେଟରେ ତାଙ୍କର ସମ୍ପୂର୍ଣ୍ଣ ନାମ, ଠିକଣା, ମୋବାଇଲ୍ ନମ୍ବର ଇତ୍ୟାଦି ଲେଖିବା ଆବଶ୍ୟକ । ସ୍ପିଡ୍ ପୋଷ୍ଟ ଚାର୍ଜ କେବଳ ପ୍ରେରକ ବହନ କରିବେ ବୋଲି ସୂଚନା ଦିଆଯାଇଛି । ଏହା ପରେ, ସଂପୃକ୍ତ ପୁରୋହିତମାନେ ପୂର୍ବ ନିର୍ଦ୍ଧାରିତ ତାରିଖ ଏବଂ ସମୟ ସ୍ଲଟରେ ‘ଶ୍ରଦ୍ଧା’ ସମାରୋହ କରିବେ, ଯାହା ପରିବାର ସଦସ୍ୟଙ୍କ ପାଇଁ ୱେବକାଷ୍ଟ (ଲାଇଭ୍) ହେବ । ଏହା ପରେ ଗଙ୍ଗା ପାଣି ଭର୍ତ୍ତି ଏକ ବୋଟଲ ବୁକ୍ କରି ସ୍ପିଡ୍ ପୋଷ୍ଟ ମାଧ୍ୟମରେ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.