Below header

ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି, ଆଜି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ(କେନ୍ୟୁଜ୍): ଅତ୍ୟନ୍ତ ଜ୍ୱରରେ କମ୍ପୁଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଅଣସର ଘରେ ବିଶ୍ରାମ ନେଉଥିବା ଶ୍ରୀବିଗ୍ରହଙ୍କୁ ସୁସ୍ଥ କରିବା ପାଇଁ ସେବାରେ ଲାଗିଛନ୍ତି ସେବାୟତ । ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଆଜି ପଞ୍ଚମୀ ତିଥିରେ ଲାଗୁ ହେବ ଫୁଲୁରୀ ତେଲ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବଡ଼ଓଡ଼ିଆ ମଠ ପକ୍ଷରୁ ଏହି ତେଲକୁ ପ୍ରସ୍ତୁତ କରାଯାଇଛି । ଆଜି ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲ ନେବାର ପରମ୍ପରା ରହିଛି । ରାଶି ତେଲରେ ସୁଗନ୍ଧିତ ଧଳା ଟୁଲ, ବେଣା ଚେର, ସୁଗନ୍ଧିତ ଧାନ ପକାଯାଇ ଏହାକୁ ଗତବର୍ଷ ସ୍ନାନପୂର୍ଣ୍ଣିମାଠାରୁ ମାଟି ତଳେ ପ୍ରସ୍ତୁତ କରି ରଖାଯାଏ । ଓଡ଼ିଆ ମଠ ଆଜି ଏହାକୁ ମାଟି ତଳୁ ବାହାର କରି ଶ୍ରୀମନ୍ଦିରକୁ ପଠାଇଥାନ୍ତି । ଅଣସର ପିଣ୍ଡିରେ ଶ୍ରୀଜିଉଙ୍କୁ ଏହି ଫୁଲୁରୀ ତେଲରେ ଚିକିତ୍ସା କରାଯିବ। ଏହା ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ଅନୁଭବ କରନ୍ତ ବୋଲି ବିଶ୍ୱାସ ରହିଛି। ମହାପ୍ରଭୁ ଅଣସର ଘରେ ଥିବାରୁ ଚଳଚଞ୍ଚଳ ବ୍ରହ୍ମଗିରି ଅଲାରନାଥ ପୀଠ । ଅଲାରନାଥଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଶ୍ରୀଜିଉ ଅଣସର ଘରେ ଥିବା ବେଳେ ଅଲାରନାଥଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.