ଢ଼େଙ୍କାନାଳ(କେନ୍ୟୁଜ୍): ପାଇଖାନା ଟାଙ୍କି ଭିତରେ ଖସି ପଡ଼ିଲେ ମାଆ ଓ ଛୁଆ ହାତୀ। ଢ଼େଙ୍କାନାଳ ଜିଲ୍ଲା ମହାବୀର ରୋଡ୍ ରେଞ୍ଜ ଅନ୍ତର୍ଗତ ତଳବେରଣା ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗାଁ ପ୍ରମୋଦ ପାଳଙ୍କ ଘର ପଛ ପଟରେ ଥିବା ପାଇଖାନା ଟାଙ୍କିରେ ଖସି ପଡ଼ିଥିଲେ ମାଆ ଓ ଛୁଆ ହାତୀ। ଗର୍ଜନ କରିବା ପରେ ଘର ମାଲିକ ଦେଖିଥିଲେ। ସେଠାରେ ଆଖପାଖ ଲୋକଙ୍କ ଭିଡ଼ ହୋଇଥିଲା। କୌଣସି ପ୍ରକାରେ ମାଆ ହାତୀଟି ଟାଙ୍କି ଭିତରୁ ବାହାରି ପଡ଼ିଥିଲା। ପରେ ଗାଁ ଲୋକମାନେ କାଠ ବଲ୍ହା ସାହାଯ୍ୟରେ ଛୁଆ ହାତୀକୁ ଉଦ୍ଧାର କରିଥିଲେ।