Below header

ଓଡ଼ିଶା ଛୁଇଁବା ପରେ ସକ୍ରିୟ ହେଉଛି ମୌସୁମୀ ବାୟୁ, ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶା ଛୁଇଁବା ପରେ ସକ୍ରିୟ ହେଉଛି ମୌସୁମୀ ବାୟୁ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରହିଛି ବର୍ଷା। ଅଳ୍ପ କେତେକ ଅଞ୍ଚଳକୁ ବାଦ ଦେଲେ ମୌସୁମୀ ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଛୁଇଁଛି। ପାଣିପାଗ ବିଭାଗ ସୂଚନା ଦେଇଛି, ଆସନ୍ତା ୨୪ ଘଣ୍ଟା ଭିତରେ ସାରା ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ।

rain odishaଗତକାଲି ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଛୁଇଁଥିଲା। ସେହିପରି ମାଲକାନଗିରି, ଢ଼େଙ୍କାନାଳ, ମୟୂରଭଞ୍ଜ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାକୁ ଆଚ୍ଛାଦିତ କରିଥିଲା। ମୌସୁମୀ ପ୍ରଭାବରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଛି। ମେଘୁଆ ପାଗ ସାଙ୍ଗକୁ ତୁହାକୁ ତୁହା ବର୍ଷୁଛି। ଏହାସହ ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ଲାଭ କରିଛନ୍ତି ଲୋକ। ଚଳିତବର୍ଷ ରାଜ୍ୟକୁ ନିର୍ଦ୍ଧାରିତ ସମୟଠାରୁ ୧୧ ଦିନ ବିଳମ୍ବରେ ପହଞ୍ଚିଛି ମୌସୁମୀ ବାୟୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.