ପୁରୀ: ବାତ୍ୟା ଫନିରେ ଗୋପ ବ୍ଳକରେ ଭାଙ୍ଗିଯାଇଛି ଅନେକ ସ୍କୁଲ, ସରକାରଙ୍କ ଅର୍ଥ ମଞ୍ଜୁର ସତ୍ତ୍ବେ ହୋଇପାରିନି କାମ

ପୁରୀ(କେନ୍ୟୁଜ୍): ବାତ୍ୟା ଫନିରେ ଅଧିକ କ୍ଷତିଗ୍ରସ୍ଥ ହୋଇଛି ପୁରୀ ଜିଲ୍ଲା ଗୋପ ବ୍ଲକର ଅଧିକାଂଶ ଗାଁ । ସ୍ଥାନୀୟ ଅଞ୍ଚଳରେ ମୋଟ ୨୭୨ଟି ସ୍କୁଲ ଥିବା ବେଳେ ସେଥିମଧ୍ୟରୁ ମୋଟ ୨୪୨ଟି ସ୍କୁଲ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ଥ ହୋଇଛି । ଏଥିମଧ୍ୟରୁ ୪୪ଟି ହାଇସ୍କୁଲ ରହିଛି । କେଉଁଠି ଗଛ ପଡି ସ୍କୁଲ ଘର ଭାଙ୍ଗିଛି ତ ଆଉ କେଉଁଠି ପବନ ଯୋଗୁଁ ଆଜବେଷ୍ଟସ ଉଡି ଯାଇଛି । ଏବେ ଏହି ଭଙ୍ଗା ସ୍କୁଲରେ ପିଲା ପାଠ କେମିତି ପଢିବେ, ସେନେଇ ଅଭିଭାବକ ଓ ଶିକ୍ଷକଙ୍କ ଚିନ୍ତା ବଢିଛି । ବିଦ୍ୟାଳୟ ଗୁଡିକୁ ତୁରନ୍ତ ମରାମତି କରିବା ପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତିି । ହେଲେ ଏପର୍ଯ୍ୟନ୍ତ କାମ ସରିନି । ତେଣୁ ଏବେ ପିଲାଙ୍କ ପଠପଢାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.