Below header

୧୦ମ ପ୍ରାର୍ଥୀ ଇଣ୍ଡିଆନ ଅଏଲରେ କରିପାରିବେ ଆବେଦନ, ୪୦୦ରୁ ଅଧିକ ପଦବୀ ଖାଲି

IOCL ରେ ବମ୍ପର ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ୧୦ ସେପ୍ଟେମ୍ବର ଭିତରେ କରିପାରିବେ ଆବେଦନ । ୧୦ମ ପାସ୍‌ କରି ଆଇଟିଆଇ କରିଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ ।

ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍‌ ପକ୍ଷରୁ ବମ୍ପର ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ଅପାରଣ୍ଟିସ ପଦବୀ ପାଇଁ ଆବେଦନ କରିପାରିବେ ପ୍ରାର୍ଥୀ । ଏହି ସରକାରୀ ଚାକିରି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ IOCL ର ଅଫିସିଆଲ ୱେବସାଇଟ୍‌ କୁ ଯାଇ ଆବେଦନ କରିପାରିବେ । ୧୦ମ କିମ୍ବା ସ୍ନାତକ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୦ ସେପ୍ଟେମ୍ବର ୨୦୨୩ ରହିଛି ।

ପଦବୀ ବିବରଣୀ :୪୯୦

ଟେକ୍ନିସିଆନ
ଟ୍ରେଡ ଅପାରଣ୍ଟିସ
ଆକାଉଣ୍ଟସ ଏଗ୍ଜିକ୍ୟୁଟିଭ

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ଆରମ୍ଭ ହୋଇଥିବା ଶେଷ ୧୦ ସେପ୍ଟେମ୍ବର ୨୦୨୩ ରହିଛି ।
ଏହି ଭର୍ତ୍ତି ତାମିଲନାଡୁ, ପଡୁଚେରୀ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପାଇଁ ହେବ ।

ଶିକ୍ଷାଗତ ଯୋଗ୍ୟତା :ଟ୍ରେଡ ଅପାରଣ୍ଟିସ ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍‌ କରି ଆଇଟିଆଇ କରିଥିବା ଜରୁରୀ ।
ଟେକ୍ନିସିଆନ ଅପାରଣ୍ଟିସ ପଦବୀ ପାଇଁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସହିତ ଇଂଜିନିୟରିଂ ସମ୍ବନ୍ଧୀୟ ବିଷୟରେ ଡିପ୍ଲୋମା କରିଥିବା ଜରୁରୀ ।

ବୟସ ସୀମା : IOCL ରେ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୪ ବର୍ଷ ହେବା ଜରୁରୀ । ଅନୁସୂଚିତ ଜାତି/ଜନଜାତି ଏବଂ ଓବିସି ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍‌ ମିଳିବ ।

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ www.iocl.com କୁ ଯାଆନ୍ତୁ ।
ଏହାପରେ ହୋମ ପେଜରେ ଅପାରଣ୍ଟିସ ଟାବ୍‌ରେ କ୍ଲିକ୍‌ କରନ୍ତୁ ।
ଆବେଦନ ଫର୍ମ ପୂରଣ କରନ୍ତୁ ।
ସମସ୍ତ ଆବଶ୍ୟକ ଦସ୍ତାବିଜ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।
ଫର୍ମ ଜମା କରିବା ପରେ ଭବିଷ୍ୟ ପାଇଁ ଏକ ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ୍‌ ଚେକ କରନ୍ତୁ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.