ପାକିସ୍ତାନ ଗସ୍ତରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଓ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, ପିସିବିର ସ୍ପେଶାଲ ଡିନରରେ ହେଲେ ସାମିଲ
ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଓ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ପାକିସ୍ତାନ ଯାଇଛନ୍ତି । ଏସିଆ କପ୍ ମ୍ୟାଚ୍ ଦେଖିବା ପାଇଁ ଦୀର୍ଘ ୧୭ ବର୍ଷ ପରେ ବିସିସିଆଇ ଦୁଇ ବରିଷ୍ଠ ଅଧିକାରୀ ପହଞ୍ଚିଛନ୍ତି ।

ପାକିସ୍ତାନ ଗସ୍ତରେ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନି ଓ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା। ଆସନ୍ତାକାଲି ଗଦ୍ଦାଫି ଷ୍ଟାଡିୟମରେ ଖେଳାଯିବ ଏସିଆ କପ ମ୍ୟାଚ। ଏହି ମ୍ୟାଚରେ ଉପସ୍ଥିତ ରହିବେ ବିସିସିଆଇ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ। ଆଜି ଅଟ୍ଟାରି – ୱାଘା ବର୍ଡର ଅତିକ୍ରମ କରି ଏହି ଦୁଇ ଜଣ ପାକିସ୍ତାନ ଯାଇଛନ୍ତି। ଦୀର୍ଘ ୧୭ ବର୍ଷ ପରେ ବିସିସିଆଇ ଦୁଇ ବରିଷ୍ଠ ଅଧିକାରୀ ପାକିସ୍ତାନ ଯାଇଛନ୍ତି । ଶେଷ ଥର ପାଇଁ ଭାରତୀୟ କ୍ରିକେଟ୍ ଦଳ ୨୦୦୮ରେ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଗସ୍ତ କରିଥିଲା। ଏଥିପୂର୍ବରୁ ୨୦୦୬ରେ ପାକିସ୍ତାନରେ ଦ୍ବିପାକ୍ଷୀକ ଶୃଙ୍ଖଳା ଖେଳାଯାଇଥିଲା।
ପାକିସ୍ତାନରେ ମ୍ୟାଚ ଦେଖିବାକୁ ପିସିବି ପକ୍ଷରୁ ଏସିଆନ କ୍ରିକେଟ କାଉନସିଲ ଓ ଅନ୍ୟ କ୍ରିକେଟ ବୋର୍ଡକୁ ନିମନ୍ତ୍ରଣ କରାଯାଇଛି। ଏହି ପାକିସ୍ତାନ ଗସ୍ତ ସଂପୂର୍ଣ୍ଣ ଭାବେ କ୍ରିକେଟ୍ ଆଧାରିତ। ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଜଡ଼ିତ ନାହିଁ ବୋଲି ରାଜୀବ ପ୍ରତିକ୍ରିୟା ଦେଇଛନ୍ତି। ରୋଜର ବିନ୍ନି କହିଛନ୍ତି, ଆମେ କଲମ୍ବୋ ଯାଇଥିଲୁ। ପାକିସ୍ତାନ ହୋମ ଗ୍ରାଉଣ୍ଡରେ ପାକିସ୍ତାନର ଖେଳ ଦେଖିବାକୁ ଆସିଛୁ। ଦୁଇଦିନିଆ ଗସ୍ତରେ ଥିବା ବିସିସିଆଇର ଟିମ୍ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଖେଳାଳିଙ୍କ ସହ ନୈଶଭୋଜିରେ ଯୋଗ ଦେବେ।
A display of camaraderie and respect 🙌
🎥 Highlights of the PCB grand gala dinner hosted in honour of the Pakistan, Sri Lanka, Bangladesh and Afghanistan teams and the BCCI delegation at Governor’s House in Lahore.#AsiaCup2023 pic.twitter.com/GbySK3N0d8
— Pakistan Cricket (@TheRealPCB) September 4, 2023
୨୦୦୬ ପରେ ରୋଜର ବିନ୍ନି ପାକିସ୍ତାନ ଗସ୍ତ କରିଛନ୍ତି। ଏସିଆ କପ୍ ୨୦୨୩ର ସମସ୍ତ ମ୍ୟାଚ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ମଧ୍ୟରେ ପାକିସ୍ତାନ ଓ ଶ୍ରୀଲଙ୍କା ଗ୍ରାଉଣ୍ଡରେ ଅନୁଷ୍ଠିତ ହେଉଛି।
ଏସିଆ କପର ଆରମ୍ଭ ୩୦ ଅଗଷ୍ଟରୁ ହେଇଛି । ଫାଇନାଲ ମ୍ୟାଚ ୧୭ ସେପ୍ଟେମ୍ବରରେ ଖେଳାଯିବ । ଚଳିତବର୍ଷ ହାଇବ୍ରିଡ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ୪ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ ।