Below header

ଭୋଜି ଖାଇ ଯିବା ହେଲା କାଳ, ଭୋଜି ଖାଇ ଘରକୁ ଫେରିଲେନି ଯୁବକ

ବାଜା ବାଣ ରୋଷଣୀରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ । ଚାଲିଥିଲା ବାହାଘର । ଭୋଜି ଭାତରେ ମହକୁଥିଲା ପୂରା ଗାଁ । ଆଉ ଜମିଥିଲା ଭୋଜି ଭାତର ଆସର । କେଡ଼େ ଖୁସିରେ ଲୋକେ ଖାଉଥିଲେ ଭୋଜି। ଭାବିଥିଲେ ଭୋଜି ଖାଇବେ ଆଉ ସାଙ୍ଗ ସାଥି ସହ ସମୟ ବିତାଇ ଘରକୁ ଯିବେ। ହେଲେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଗଲା ।

ସୁନ୍ଦରଗଡ଼: ବାଜା ବାଣ ରୋଷଣୀରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ । ଚାଲିଥିଲା ବାହାଘର । ଭୋଜି ଭାତରେ ମହକୁଥିଲା ପୂରା ଗାଁ । ଆଉ ଜମିଥିଲା ଭୋଜି ଭାତର ଆସର । କେଡ଼େ ଖୁସିରେ ଲୋକେ ଖାଉଥିଲେ ଭୋଜି। ଭାବିଥିଲେ ଭୋଜି ଖାଇବେ ଆଉ ସାଙ୍ଗ ସାଥି ସହ ସମୟ ବିତାଇ ଘରକୁ ଯିବେ। ହେଲେ କ୍ଷଣକ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଗଲା । ଭୋଜି ଖାଇବା ହେଲା କାଳ। ଭୋଜି ଖାଇ ଅଚାନକ୍‌ ଜଣକ ପରେ ଜଣେ ଅସୁସ୍ଥ ହୋଇପଡ଼ିଥିଲେ କିଏ ବାନ୍ତି କରିଥିଲା ତ କିଏ ମୁଣ୍ଡ ମୁଣ୍ଡ କହି ତଳେ ଗଡ଼ିଗଲା । ଆଉ ସେହି ଭୋଜିରୁ ସିଧା ଯାଇଥିଲେ ମେଡିକାଲ। ଏମାନଙ୍କ ମଦ୍ୟରେ ଥିଲେ ଯାହାଙ୍କର ମୃତ୍ୟୁ ହୋଇଯାଇଛି । ଭୋଜି ଖାଇବାକୁ ଯାଇଥିଲେ ସତ ହେଲେ ଆଉ ଘରକୁ ଫେରିନଥିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ସବଡେଗା ବ୍ଲକ ଦେଓଗାଁ ରେ । ସୁନ୍ଦରଗଡ଼ ସବଡେଗା ବ୍ଲକ ଦେଓଗାଁ ରେ ଏପରି ଅଘଟଣ ଘଟିଯାଇଛି ଯାହାକୁ ସ୍ଥାନୀୟ ଲୋକେ ବିଶ୍ୱାସ କରିପାରୁ ନାହାନ୍ତି ।

ବାହାଘର ଭୋଜି ଖାଇ ଜଣକର ଜୀବନ ଯାଇଥିବା ବେଳେ ୨୦ ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି । ମୃତକ ଜଣକ ହେଲେ ଦୀପକ ମିଞ୍ଜ । ଗୁରୁତର ଙ୍କ ମଧ୍ୟରୁ ୨ ଜଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ତେବେ ବାସି ଖାଦ୍ୟ ଥିଲା କି ଖାଦ୍ୟରେ କିଛି ବିଷାକ୍ତ ଜିନିଷ ମିଶିଥିଲା ତାହା ସନ୍ଦେହ ଘେରରେ ରହିଛି। ପ୍ରଶାସନ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରି ତଦନ୍ତ କରିବା ନିହାତି ଜରୁରୀ ବୋଲି କହିଛନ୍ତି ଯୁବ ସମାଜ ସେବୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.