ନୂଆବର୍ଷରେ ଚନ୍ଦ୍ରଭାଗା ବେଳାଭୂମିରେ ସୁନ୍ଦର ବାଲୁକା କଳା 

ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଶ୍ରିଳ୍ପୀ ଶରିତା ଗୋଛୟତ। ନବ ବର୍ଷ ଉପଲକ୍ଷେ ବିଶ୍ୱ ଐତିହ୍ୟ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀ ସରିତା ଗୋଛାୟତଙ୍କ ଦ୍ବାରା ୭ ଦିନିଆ ବାଲୁକା କଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି ।

ଗୋପ : ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଶ୍ରିଳ୍ପୀ ଶରିତା ଗୋଛୟତ। ନବ ବର୍ଷ ଉପଲକ୍ଷେ ବିଶ୍ୱ ଐତିହ୍ୟ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ଶିଳ୍ପୀ ସରିତା ଗୋଛାୟତଙ୍କ ଦ୍ବାରା ୭ ଦିନିଆ ବାଲୁକା କଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି ।

ଏଥିରେ ୩୦ ପୁଟର  ବାଲୁକା କଳା ମାଧ୍ୟମରେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ସହ ସଂସ୍କୃତି, ପରିବେଶ ସୁରକ୍ଷା ବାର୍ତ୍ତା ଓ ସାମୁଦ୍ରିକ ଜିବଜନ୍ତୁ କିପରି ସୁରକ୍ଷା ଦିଆଯିବ ସେ ନେଇ ଏକ ସଚେତନା ବାର୍ତ୍ତା ଦିଆ ଯାଇଛି । ଏହି ବାଲୁକା କଳା ପ୍ରଦର୍ଶନୀ ମାଧ୍ୟମରେ ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥିଲେ ସେ।

ଖାଲି ସେତିକି ନୁହେଁ ଅଲିଭ ରିଡ଼ଲେ କଇଁଛ,ଡଲଫିନମାନଙ୍କୁ କିପରି ଉପକୂଳରେ ସୁରକ୍ଷା ଦିଆଯିବ ସେ ଦିଗରେ ମଧ୍ୟ ବାଲୁକା କଳା ମାଧ୍ୟମରେ ସଚେତନା ବାର୍ତ୍ତାଦେଇଛନ୍ତି । ଆଜି ନବବର୍ଷ ଉପଲକ୍ଷେ କୋଣାର୍କ ବେଳାଭୂମିରେ ବାଲୁକା କଳା ପ୍ରସ୍ତୁତ ହୋଇଛି ରାମ ମନ୍ଦିର ନିର୍ମାଣ ଏବଂ ଜଗନ୍ନାଥବେଢ଼ା ପରିକ୍ରମା ଦେଖାଇ ପର୍ଯ୍ୟଟନର ବିକାଶ ପାଇଁ ଚେଷ୍ଟା କରିଥିବା କହିଛନ୍ତି ବାଲୁକା ଶିଳ୍ପୀ ଶରିତା ଗୋଛାୟତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.