Below header

ଅନେକ ବର୍ଷ ଧରି ନିଆରା ଢଙ୍ଗରେ ନୂଆ ବର୍ଷ ପାଳନ କରି ଆସୁଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ

ନୂଆ ବର୍ଷକୁ ବିଭିନ୍ନ ଲୋକ ବିଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । ହେଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁ ପାଳିଛନ୍ତି ଏକଦମ ନିଆରା ଢଙ୍ଗରେ । ଆଠଗଡ଼, ରାଜନୀତିରେ ପାଦ ଥାପି ବା ଦିନଠାରୁ ନୂତନ ବର୍ଷକୁ ଏମିତି ଭିନ୍ନ ଢଙ୍ଗରେ ପାଳି ଆସୁଛନ୍ତି ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।

ଆଠଗଡ଼ : ନୂଆ ବର୍ଷକୁ ବିଭିନ୍ନ ଲୋକ ବିଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । ହେଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓରଫ ରାଜା ସ୍ୱାଇଁ ପାଳିଛନ୍ତି ଏକଦମ ନିଆରା ଢଙ୍ଗରେ । ଆଠଗଡ଼, ରାଜନୀତିରେ ପାଦ ଥାପି ବା ଦିନଠାରୁ ନୂତନ ବର୍ଷକୁ ଏମିତି ଭିନ୍ନ ଢଙ୍ଗରେ ପାଳି ଆସୁଛନ୍ତି ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଚିଲାନୂଆଗାଁ ଆଦିବାସୀ ଅଧ୍ୟୁଷିତ ପଲ୍ଲୀରେ ରାତ୍ରୀ ଯାପନ କରିବା ସହିତ ରାତି ତମାମ ଗାଁର କୁନି କୁନି ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରିଥିଲେ । ପୁଣି ପଲ୍ଲୀର ପୁରୁଷ ଓ ମହିଳାମାନଙ୍କ ସୁଖ ଦୁଃଖ ବୁଝିଥିଲେ । ଏହି ଆଦିବାସୀ ଅଧ୍ୟୁଷିତ ପଲ୍ଲୀର ଲୋକମାନଙ୍କୁ ମିଠା ଖୁଆଇବା ସହିତ ଶୀତ ବସ୍ତ୍ର ବଣ୍ଟନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.