ବିଜୟ ନାୟକ ପାଇବେ ‘କାଦମ୍ବିନୀ ସାହିତ୍ୟ ସମ୍ମାନ- ୨୦୨୪’

ଚଳିତ ବର୍ଷର କାଦମ୍ବିନୀ ସାହିତ୍ୟ ସମ୍ମାନ ଘୋଷଣା ହୋଇଛି । ଓଡ଼ିଆ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ କଥାକାର, ପ୍ରାବନ୍ଧିକ ଓ ସ୍ତମ୍ଭକାର ତଥା ବରିଷ୍ଠ ପ୍ରଶାସକ ବିଜୟ ନାୟକଙ୍କୁ ମର୍ଯ୍ୟାଦାଜନକ ‘କାଦମ୍ବିନୀ ସାହିତ୍ୟ ସମ୍ମାନ- ୨୦୨୪’ ପ୍ରଦାନ କରାଯିବ ।

ଆସନ୍ତା ଜାନୁଆରୀ ୭ ତାରିଖରେ ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’ ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ । ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସାମଗ୍ରିକ ପ୍ରଚାର ପ୍ରସାର ତଥା ବିକାଶର ଲକ୍ଷ୍ୟନେଇ ପ୍ରତିଷ୍ଠିତ ‘କାଦମ୍ବିନୀ ସାହିତ୍ୟ ଏକାଡ଼େମୀ’ ତରଫରୁ ବିଜୟ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି।

ପୁରସ୍କାର ସ୍ୱରୂପ ଶ୍ରୀ ନାୟକଙ୍କୁ ୧ ଲକ୍ଷ ଟଙ୍କାର ଅର୍ଥରାଶି ସମେତ ରୌପ୍ୟ ଫଳକ, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ । ଏହି ଏକଦିବସୀୟ ସାହିତ୍ୟ ମହାକୁମ୍ଭରେ ସାହିତ୍ୟପ୍ରେମୀମାନେ ଯୋଗ ଦେବା ପାଇଁ ‘କାଦମ୍ବିନୀ’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଓ ସମ୍ପାଦିକା ଡ. ଇତି ସାମନ୍ତ ଅନୁରୋଧ କରିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.