Below header

ବିଶ୍ବାସ ନହେଲେ ବି ସତ ! ଛଅ ବର୍ଷର ପିଲା ଦୁଇ ଘଣ୍ଟାରେ ମାରିଲା ୩୦୦୦ ରୁ ଊର୍ଦ୍ଧ୍ବ ଡିପ୍ସ

ଏକ ଛଅ ବର୍ଷର ପିଲା ନିଜର ପ୍ରତିଭା ଦ୍ବାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଏହି ପିଲା କୌଣସି ସାଧାରଣ କାମ କରିନାହିଁ। ଅସାଧାରଣ କାମ କରି ପିଲାଟି ସମସ୍ତଙ୍କୁ ଚମକାଇ ଦେଇଛି। ଇବ୍ରାହିମ୍ ଲିୟନୋବ ନାମକ ଏହି ପିଲାଟି ପ୍ରାୟ ୨ ଘଣ୍ଟାରେ ୩୨୭୦ ଦଣ୍ଡ ମାରି ରେକର୍ଡ ସ୍ରୁଷ୍ଟି କରିଛନ୍ତି। ଇବ୍ରାହିମଙ୍କର ଏହି ଉପଲବ୍ଧିକୁ ରସିୟାନ ବୁକ୍ ଅଫ୍ ରେକର୍ଡରେ ସାମିଲ କରାଯାଇଛି। ପିଲାଟିର ଏହି ପ୍ରତିଭାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ମିଡିଆ ରିପୋର୍ଟ ଅନୁଯାୟୀ ରୁସର ଏକ ସ୍ଥାନୀୟ ସ୍ପୋଟର୍ସ କ୍ଲବ୍ ଚିଙ୍ଗିଜ୍ ଇବ୍ରାହିମଙ୍କର ଏହି ଉପଲବ୍ଧିରୁ ଖୁସି ହୋଇ ପୁରଷ୍କାର ଭାବରେ ଗୋଟେ ଘର ଦେବା ପାଇଁ ଘୋଷଣା କରିଛନ୍ତି। ଇବ୍ରାହିମ୍ ଏବଂ ତାଙ୍କ ବାପାବ ଏହି କ୍ଲବର ସଦସ୍ୟ ମଧ୍ୟ ଅଛନ୍ତି।

କୁହାଯାଉଛି ଯେ ଇବ୍ରାହିମଙ୍କ ଲକ୍ଷ୍ୟ ରହିଛି ଯେ ତାଙ୍କର ନାମ ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସାମିଲ କରିବା ପାଇଁ। ଏଥିପାଇଁ ସେ ପ୍ରତ୍ୟେକଦିନ ଦଣ୍ଡ ମାରି ସଫଳତା ପାଇବାର ପ୍ରଚେଷ୍ଟା ଜାରୀ ରଖିଛି।

ଏହା ସହ ପଢ଼ନ୍ତୁ : ୧୯ ବର୍ଷର ଏହି ବାଳକ ନଡିଆ ଖୋଳ ସହିତ କଲେ କିଛି ଏପରି କାରନାମା, ଯାହାକୁ ଦେଖି ରହିଗଲା ସାରା ଦୁନିଆ

ଜଣାଇବାକୁ ଚାହିଁବୁ ଯେ ପୂର୍ବ ବର୍ଷ ରୁସର ଜଣେ ପାଞ୍ଚ ବର୍ଷର ପିଲା ଆଦୌ ନ ଅଟକି ୪୧୦୫ ଦଣ୍ଡ ମାରି ରେକର୍ଡ କରିଥିଲେ। ତାଙ୍କୁ ରୁସର ରାଷ୍ଟ୍ରପତି ଏକ ମର୍ସିଡିଜ୍ କାର ଗିଫ୍ଟ କରିଥିଲେ। ଯାହାର ଦାମ୍ ଥିଲା ୨୪ ଲକ୍ଷ ଟଙ୍କା।

ରମଜାନ କାଡେରୋବ ଇବ୍ରାହିମଙ୍କ ଠାରୁ ମଧ୍ୟ ବହୁତ ପ୍ରଭାବିତ ହୋଇଛନ୍ତି। ତାଙ୍କର କହିବା କଥା ଯେ ଇବ୍ରାହିମ ଯାହା କରିଛନ୍ତି ତାହା ବହୁତ କଷ୍ଟକର ଅଟେ। ସେ ଏହା ମଧ୍ୟ କହିଛନ୍ତି ‘ଆଶା କରୁଛି ଶୀଘ୍ର ଇବ୍ରାହିମଙ୍କ ବାପାଙ୍କୁ ଜିମ୍ ଯିବା ପାଇଁ ଭଡାରେ କାର ନେବାକୁ ପଡିବନି। ତାଙ୍କ ପାଖରେ ନିଜର କାର ଥିବ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.