ଛତିଆ: ବାହୁଡିଲେ ଚତୁର୍ଦ୍ଧା ମୂରତି, ଶାନ୍ତିଶୃଙ୍ଖଳାରେ ଗଡିଲା ରଥ

ଯାଜପୁର:ପବିତ୍ର ବହୁଡା ଯାତ୍ରାରେ ମାଉସୀ ମା ଘରୁ ବାହୁଡିଛନ୍ତି ବିଶ୍ବର ବଡ ଠାକୁର।  ଏହି ଅବସରରେ  ଛତିଆରେ ମଧ୍ୟ ତିନିଠାକୁର ମାଉସୀ ମା’ଘରୁ ଛତିଆ ମନ୍ଦରକୁ ବାହୁଡିଛନ୍ତି। ପୁରି ମନ୍ଦିରର ରତିନୀତି ପରି ଠାକୁରଙ୍କ ନୀତିକାନ୍ତି ହେବା ପରେ ରଥଟଣା ହୋଇଥିଲା।  ଏହି ରଥଯାତ୍ରାର ମୁଖ୍ୟ ପରିଚାଳକ ଉପେନ୍ଦ୍ର ଓଝା ଛେରାପହଁରା କରିଥିଲେ। ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ହରିନାମ କରି ରଥଟଣା ଆରମ୍ଭ କରିଥିଲେ। ଭକ୍ତମାନେ ପାଖାପାଖି ୧୧ କିଲୋମିଟର ଜାତୀୟ ରାଜପଥରେ ରଥକୁ ଟାଣି ଛତିଆ ମନ୍ଦିର ନିକଟରେ ପହଞ୍ଚାଇଥିଲେ। ଶୃଙ୍ଖଳା ଓ ସୁରକ୍ଷା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ସହ ଅଗ୍ନିଶମ ବିଭାଗର ଏକ ଟିମ୍ ମୁତୟନ କରାଯାଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.