Below header

ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା: ସାଇକେଲରେ ଇନ୍ଦୋରରୁ ପୁରୀ ଆସୁଛନ୍ତି ୬୦ ବର୍ଷିୟ ସୁରେଶ

ପେଶାରେ ଜଣେ ଟେଣ୍ଟ ହାଉସ ଶ୍ରମିକ । ରୋଜଗାର ବହୁତ କମ୍ । କିନ୍ତୁ ଜଗନ୍ନାଥ ଦର୍ଶନ କରିବାର ଇଚ୍ଛା ତାଙ୍କୁ ଟାଣି ଆଣିଛି ସୁଦୁର ଇନ୍ଦୋରରୁ ପୁରୀ। ଜଗନ୍ନାଥଙ୍କୁ ଦର୍ଶନ କରିବାର ଇଚ୍ଛା ଆଗରେ ବୟସ ଓ ଥକାପଣ ସବୁକିଛି ପଛରେ ପକାଇ ଦେଇଛନ୍ତି ।

ସୁବର୍ଣ୍ଣପୁର(କେନ୍ୟୁଜ୍): ପେଶାରେ ଜଣେ ଟେଣ୍ଟ ହାଉସ ଶ୍ରମିକ । ରୋଜଗାର ବହୁତ କମ୍ । କିନ୍ତୁ ଜଗନ୍ନାଥ ଦର୍ଶନ କରିବାର ଇଚ୍ଛା ତାଙ୍କୁ ଟାଣି ଆଣିଛି ସୁଦୁର ଇନ୍ଦୋରରୁ ପୁରୀ। ଜଗନ୍ନାଥଙ୍କୁ ଦର୍ଶନ କରିବାର ଇଚ୍ଛା ଆଗରେ ବୟସ ଓ ଥକାପଣ ସବୁକିଛି ପଛରେ ପକାଇ ଦେଇଛନ୍ତି । ସେଇଥିପାଇଁ ତ ୬୦ ବର୍ଷ ବୟଷରେ ବି ସେ ସାଇକେଲ ଚଢି ସୁଦୁର ମଧ୍ୟପ୍ରଦେଶ ଇନ୍ଦୋରରୁ ପୁରୀକୁ ବାହାରିଛନ୍ତି।

ଏ ହେଉଛନ୍ତି ମଧ୍ୟପ୍ରଦେଶ ଇନ୍ଦୋର ବାସିନ୍ଦା ସୁରେଶ ଚହ୍ୱାନ । ଗତ ୩୨ ଦିନ ହେଲା ସେ ସାଇକେଲ ଧରି ବାହାରି ପଡିଛନ୍ତି ପୁରୀ ଅଭିମୁଖେ । ଦିନକୁ ୫୦ କିଲୋମିଟର ଯାତ୍ରାରେ ପରେ ସେ ଆରାମ ନିଅନ୍ତି । ଦିନକୁ କେବଳ ଥରେ ସଂନ୍ଧ୍ୟା ସମୟରେ ହିଁ ଭୋଜନ କରନ୍ତି । ଆଉ ୫ ଦିନ ଭିତରେ ସେ ପୁରୀ ପହଂଚି ଯିବାର ଲକ୍ଷ ରଖିଛନ୍ତି। ପ୍ରତେକ ବର୍ଷ ସେ ବିଭିନ୍ନ ତୀର୍ଥ ସ୍ଥାନକୁ ଯାତ୍ରା କରିଥାନ୍ତି।

ତେବେ ଗତ ୨୦ ବର୍ଷ ଭିତରେ ସେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିସାରିଥିବା କଥା କହିଛନ୍ତି ।କୁହାଯାଏ ମନୋବଳ ଯଦି ମଜବୁତ୍ ଅଛି, ତା ହେଲେ ବୟସ ମାପକାଠି ହୁଏନାହିଁ । ଏପରି ଅନେକ ଉଦାହରଣ ମଧ୍ୟରୁ ଗୋଟିଏ ଉଦାହରଣ ହେଉଛି ଆଜିର ଏହି ଘଟଣା। ନିଜ ଇଚ୍ଛାକୁ ପୂରଣ କରିବାର ଜୋସ୍ ଆଗରେ ଫିକା ପଡିଛି ସୁରେଶଙ୍କ ସାମ୍ନାରେ ଥିବା ସବୁ ପ୍ରତିବନ୍ଧକ । ଆଶା ନିଜ ଲକ୍ଷ ସ୍ଥଳରେ ପହଁଞ୍ଚି ଜଗାକୁ ଦର୍ଶନ କରିବାର ତାଙ୍କ ସ୍ୱପ୍ନ ପୂରଣ ହେଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.