ସନ୍ଧ୍ୟାରେ ଚନ୍ଦନପୁର ପୋଲାଙ୍ଗ ତୋଟାରେ ଜମୁଛି ଜୁଆର ଆସର, ଖୁଲମଖୁଲା ଖେଳୁଛନ୍ତି ଜୁଆଡି

ଏହି ଖେଳରେ ବାଜି ଲାଗୁଛି ଲକ୍ଷ ଲକ୍ଷ ଟଙ୍କା। ତେବେ ଏମାନଙ୍କୁ ନା ଅଛି ପୋଲିସର ଡର ନା ଆଇନକାନୁନର ଭୟ। ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ପୋଲାଙ୍ଗ ତୋଟାରେ ଚାଲିଛି ଖୁଲମଖୁଲା ଜୁଆ ଖେଳ।

ପୁରୀ(କେନ୍ୟୁଜ୍): ସନ୍ଧ୍ୟା ହେଲେ ଜମୁଛି ଜୁଆ ଖେଳର ଆସର। ଖୁଲମଖୁଲା ଜୁଆ ଖେଳୁଛନ୍ତି ଜୁଆଡି। ଏହି ଖେଳରେ ବାଜି ଲାଗୁଛି ଲକ୍ଷ ଲକ୍ଷ ଟଙ୍କା। ତେବେ ଏମାନଙ୍କୁ ନା ଅଛି ପୋଲିସର ଡର ନା ଆଇନକାନୁନର ଭୟ। ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ପୋଲାଙ୍ଗ ତୋଟାରେ ଚାଲିଛି ଖୁଲମଖୁଲା ଜୁଆ ଖେଳ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଅପରାଧ ଏବଂ ବେଆଇନ କାରବାରକୁ ଦୃଢ ହସ୍ତରେ ଦମନ କରିବା ପାଇଁ ପୁରୀ ପୋଲିସ ଆକ୍ସନ ମୋଡରେ ଥିବା ବେଳେ ଜୁଆ ଖେଳକୁ କିଭଳି ବନ୍ଦ କରିପାରୁନାହିଁ ସେନେଇ ପ୍ରଶ୍ନ ଉଠିଛି।

କିଛି ଅସାଧୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଯୋଗୁଁ ଏହି ଜୁଆ ଖେଳ ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ମଧ୍ୟ ହେଉଛି। ତେବେ ଏହି ଜୁଆ ଖେଳ ଓ ଜୁଆଡିଙ୍କ ପ୍ରତି ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଅନେକ ଅପରାଧ ଘଟିବାର ସମ୍ଭାବନା ରହିଛି। ଏବେ ପୋଲାଙ୍ଗ ତୋଟାରେ ଅସାଧୁ ବ୍ୟକ୍ତି ମାନେ ଜୁଆ ଖେଳ ଆରମ୍ଭ କରିଥିବା ବେଳେ ଏଥିପାଇଁ କିଛି ପୋଲିସ ଅଧିକାରୀ ଓ କର୍ମଚାରୀ ମୋଟା ଅଙ୍କ ନେଉଥିବା ଶୁଣିବାକୁ ମିଳିଛି। ସେଥିପାଇଁ ଏହି ଅସାଧୁ ବ୍ୟକ୍ତି ମାନେ କାହାରିକୁ ଭୟ କରୁନାହାନ୍ତି। ତେବେ ଏମାନଙ୍କ ପ୍ରତି ପୁରୀ ଏସପି କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତା’କୁ ହିଁ ଅପେକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.