ପୁଣି ମୁକେଶ ଅମ୍ବାନୀଙ୍କୁ ମାରିବାକୁ ଧମକପୂର୍ଣ୍ଣ ଇମେଲ, ଏଥିର ୨୦ ନୁହେଁ ୨୦୦ କୋଟି ଦାବି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଅଫିସିଆଲ ଇ-ମେଲରେ ହତ୍ୟା ଧମକ ମିଳିଛି । କିନ୍ତୁ ଏଥର ୨୦ କୋଟି ନୁହେଁ ୨୦୦କୋଟି ଟଙ୍କା ନ ଦେଲେ ହତ୍ୟା କରିବାକୁ ଇ-ମେଲରେ ଧମକ ଦିଆଯାଇଛି । ପୁଣି ଧମକ ସମାନ ଇ-ମେଲ ଆଇଡିରୁ ପଠାଯାଇଛି ।

ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଅଫିସିଆଲ ଇ-ମେଲରେ ହତ୍ୟା ଧମକ ମିଳିଛି । କିନ୍ତୁ ଏଥର ୨୦ କୋଟି ନୁହେଁ ୨୦୦କୋଟି ଟଙ୍କା ନ ଦେଲେ ହତ୍ୟା କରିବାକୁ ଇ-ମେଲରେ ଧମକ ଦିଆଯାଇଛି । ପୁଣି ଧମକ ସମାନ ଇ-ମେଲ ଆଇଡିରୁ ପଠାଯାଇଛି । ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି ।

ତେବେ ମୁକେଶଙ୍କୁ ସାର୍ପ ସୁଟର ଜରିଆରେ ସୁଟ୍‌ କରିବା ପାଇଁ ଧମକ ମିଳିଛି । ପୂର୍ବଥର ୨୦ କୋଟି ଦାବି କରିଥିବା ବ୍ୟକ୍ତି ଏବେ ୨୦୦ କୋଟି ଦାବି କରିଛି । ପ୍ରଥମ ଧମକପୂର୍ଣ୍ଣ ଇ-ମେଲ ୨୭ ଅକ୍ଟୋବରରେ ଆସିଥିଲା ।

ସୂଚନାଯୋଗ୍ୟ, ଗତକାଲି ଧମକପୂର୍ଣ୍ଣ ଇ-ମେଲ ପରେ ଅମ୍ବାନୀଙ୍କ ସିକ୍ୟୁରିଟି ଇନଚାର୍ଜ ମୁମ୍ବାଇର ଗାମଦେବୀ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏଫଆଇଆର ଦାଏର କରିଛି । ଏହାର ଯାଞ୍ଚ ଚାଲିଛି । ଏ ନେଇ ମୁମ୍ବାଇର ଗାମଦେବୀ ଥାନାରେ ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୩୮୭ ଓ ୫୦୬(୨)ରେ ମାମଲା ରୁଜୁ କରି ତନାଘନା ତଦନ୍ତ କରୁଛି ପୋଲିସ । ଗତକାଲି ଏହି ଧମକପୂର୍ଣ୍ଣ ଇମେଲ ଆସିଛି ।

ତେବେ ଧମକ ଇ-ମେଲରେ ଲେଖାଯାଇଛି କି, IF you don’t give us 20 crore rupees, we will kill you, we have the best shooters in india । ପୋଲିସ ଧମକ ଦେଇଥିବା ଅଜଣା ବ୍ୟକ୍ତିଙ୍କ ନାମରେ ଆଇପିସି ଧାରା ୩୮୭ ଏବଂ ୫୦୬(୨) ଅଧିନରେ ମାମଲାର ଦାଏର କରି ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.