Below header

ଜୟଶ୍ରୀଙ୍କ ଜୟଯାତ୍ରା : ବାଡୁଗା ସମ୍ପ୍ରଦାୟର ପ୍ରଥମ ମହିଳା ପାଇଲଟ ଭାବେ ରଚିଲେ ଇତିହାସ

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଦୃଢ଼ ଇଚ୍ଛା ଶକ୍ତି ବଳରେ ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିଥାଏ। ଏହି ବାକ୍ୟକୁ ସତ କରି ଦେଖାଇଛନ୍ତି ତାମିଲନାଡୁର ବାଡୁଗା ସମ୍ପ୍ରଦାୟର ଜଣେ ୨୭ ବର୍ଷିୟା ଯୁବତୀ । ଦକ୍ଷିଣ ଆଫ୍ରିକାର ଏକ ଫ୍ଲାଇଙ୍ଗ୍ ସ୍କୁଲରୁ ସ୍ନାତକ ହାସଲ କରିବା ପରେ ନିଜ ସମ୍ପ୍ରଦାୟର ପ୍ରଥମ ପାଇଲଟ୍ ହୋଇ ଇତିହାସ ରଚିଛନ୍ତି ।

ତାମିଲନାଡୁ: ନାରୀଟିଏ ଯେତେବେଳେ ନିଜର ପାରଦର୍ଶିତାକୁ ଲୋକଙ୍କ ସମ୍ମୁଖ ଆଣେ ସେତେବେଳେ ସେ ପ୍ରଶଂସିତ ହୁଏ, ସମସ୍ତଙ୍କର ଆଦର ପାଏ । ତେବେ କେମିତି ଜଣେ ନାରୀ ସମରଜର ସବୁ ପ୍ରତିବନ୍ଧକଙ୍କୁ ପଛରେ ପକାଇ ନିଜ ଶିକ୍ଷାଗତ ଅଭିଜ୍ଞାତାକୁ କାମରେ ଲଗାଏ? କେମିତି ସମାଜରେ ଆଗଧାଡିର ମଣିଷ ହୋଇ ଠିଆ ହୋଇଥାଏ, ତାହା ନିହାତୀ ଭାବିବା ଉଚିତ୍ । ତେବେ ଏମିତି ଜଣେ ନାରୀ ଯିଏ ସମୟକୁ ସଦଉପଯୋଗ କରି ନିଜ ପରିଶ୍ରମ ସାହାସ ବଳରେ ଆଜି ଚର୍ଚ୍ଚାରେ ।

କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଦୃଢ଼ ଇଚ୍ଛା ଶକ୍ତି ବଳରେ ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିଥାଏ। ଏହି ବାକ୍ୟକୁ ସତ କରି ଦେଖାଇଛନ୍ତି ତାମିଲନାଡୁର ବାଡୁଗା ସମ୍ପ୍ରଦାୟର ଜଣେ ୨୭ ବର୍ଷିୟା ଯୁବତୀ । ଦକ୍ଷିଣ ଆଫ୍ରିକାର ଏକ ଫ୍ଲାଇଙ୍ଗ୍ ସ୍କୁଲରୁ ସ୍ନାତକ ହାସଲ କରିବା ପରେ ନିଜ ସମ୍ପ୍ରଦାୟର ପ୍ରଥମ ପାଇଲଟ୍ ହୋଇ ଇତିହାସ ରଚିଛନ୍ତି।

କୋଥାଗିରିର ଜୟଶ୍ରୀ ପ୍ରଥମେ ନିଜର ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ଆଇଟି ପ୍ରଫେସନାଲ ଭାବରେ କାର୍ଯ୍ୟ କରୁଥିବାବେଳେ ସେ ଏକ ଫ୍ଲାଇଙ୍ଗ ସ୍କୁଲରେ ନାମ ଲେଖାଇବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରେ ଟିକେ ଦ୍ଵନ୍ଦ ଥିଲେ ମଧ୍ୟ ତାଙ୍କ ବାପା ମଣି, ଯିଏକି ଜଣେ ଗ୍ରାମ ପ୍ରଶାସନିକ ଅଧିକାରୀ, ସେ ଝିଅକୁ ସମର୍ଥନ କରିବାକୁ ରାଜି ହୋଇଥିଲେ। ଏହପରେ ଜୟଶ୍ରୀ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିଲେ । ପାଇଲଟ୍ ହେବା ପାଇଁ ଆବଶ୍ୟକ ବିମାନ ସମୟ ସହିତ ସମସ୍ତ ପରୀକ୍ଷା ଗୁଡିକରେ ଭଲ ପ୍ରଦର୍ଶନ କରି ଘରକୁ ଫେରିଥିଲେ ।

ବାଡୁଗାସ୍ ହେଉଛି ଏକ ଘନିଷ୍ଠ ଆଦିବାସୀ ସମ୍ପ୍ରଦାୟ ଯାହାକି ଓଟି ଏବଂ କୁନୁର ଅଞ୍ଚଳରେ ନିଜର ସାଂସ୍କୃତିକ ଏବଂ ସ୍ୱତନ୍ତ୍ର ଭାଷା ପରିଚୟ ସହିତ ବାସ କରନ୍ତି। ନିକଟ ଅତୀତରେ, ବାଡୁଗାସ୍ ଧୀରେ ଧୀରେ ଏହି ଅଞ୍ଚଳରୁ ବାହାରି ସଶସ୍ତ୍ର ବାହିନୀ ଏବଂ ମର୍ଚାଣ୍ଟ ସେନାରେ ଯୋଗ ଦେଇ ନୂତନ କାର୍ଯ୍ୟରେ ନିଜର ପାରଦଶି;ତା ଦେଖାଇଥିଲେ ।

କଠିନ ପରିସ୍ଥିତିରେ ନହାରି ଜିତିବା ପାଇଁ ଚେଷ୍ଟା କରିଥିବା ମଣିଷକୁ ଯୋଦ୍ଧା କୁହାଯାଏ। ଆଉ ସଂଘର୍ଷମୟ ଜୀବନରେ ପାଇଥିବା ସଫଳତା ଅନ୍ୟମାନଙ୍କ ପାଇଁ ପାଲଟି ଯାଏ ପ୍ରେରଣା। ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ଯଦି ଏହା ହୁଏ ତେବେ ସେମାନଙ୍କ କାହାଣୀ ସମାଜ ପାଇଁ ସାଜେ ଉଦାହାରଣ । ଯେମିତି ଜୟଶ୍ରୀଙ୍କ କାହାଣୀ ଆଜିର ଯୁବପୀଢିଙ୍କ ପାଇଁ ପ୍ରେରଣା ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.