RBI ରେ ଆସିଷ୍ଟାଣ୍ଟ ପଦବୀ ଖାଲି, ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା ଏବଂ ଚୟନ ପ୍ରକ୍ରିୟା

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ୪୫୦ ଆସିଷ୍ଟାଣ୍ଟ ପଦବୀ ଖାଲି । ଅଧିକ ଜାଣିବା ପାଇଁ ଅଫିସିଆଲ ସାଇଟକୁ ଯାଇ ଆବେଦନକାରୀ ଚେକ୍‌ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୪ ଅକ୍ଟୋବର ୨୦୨୩ ରହିଛି ।

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ଖୁସି ଖବର । ଆଉ ବ୍ୟାଙ୍କ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ଆସିଷ୍ଟାଣ୍ଟ ପଦବୀ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଶେଷ ତାରିଖ ପୂର୍ବରୁ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବା ପାଇଁ opportunities.rbi.org.in. କୁ ଯାଆନ୍ତୁ ।

ପଦବୀ ବିବରଣୀ : ୪୫୦

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୩ ସେପ୍ଟେମ୍ବରରୁ ଆରମ୍ଭ ହେବ । ଆବେଦନ କରିବାର ଶେଷ ତାରିଖ ୪ ଅକ୍ଟୋବର ୨୦୨୩ ରହିଛି । ଆରବିଆଇ ଆସିଷ୍ଟାଣ୍ଟ ପଦବୀ ପାଇଁ ପ୍ରି ପରୀକ୍ଷା ଆୟୋଜନ ୨୧ ଏବଂ ୨୩ ଅକ୍ଟୋବର ୨୦୨୩ରେ ହେବ । ଏଥିପାଇଁ ମେନ୍‌ ପରୀକ୍ଷା ୨ ଡିସେମ୍ବର ୨୦୨୩ରେ ହେବ । କେବଳ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

କେମିତି ହେବ ଚୟନ :

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଅତିକମରେ ୫୦ ପ୍ରତିଶତ ମାର୍କ ସହିତ ଗ୍ରାଜୁଏସନ କରିଥିବା ଜରୁରୀ । ସଂରକ୍ଷିତ ବର୍ଗଙ୍କ ପାଇଁ ଛାଡ୍‌ ମିଳିବ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ହୋଇଥିବା ଜରୁରୀ ।

ଦରମା : ପ୍ରାର୍ଥୀଙ୍କ ଦରମା ମାସକୁ ୪୭,୮୪୯ ଟଙ୍କା ଦରମା ମିଳିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ଜେନେରାଲ, ଓବିସି, EWS ପ୍ରାର୍ଥୀ ୪୫୦ ଟଙ୍କା ଏବଂ ସଂରକ୍ଷିତ ପ୍ରାର୍ଥୀ ୫୦ ଟଙ୍କା ଜିଏସଟି ଅଧିକ ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.