ଲଞ୍ଚ ହେଲା iPhone 15 ସିରିଜର ୪ଟି ମଡେଲ, ଜାଣନ୍ତୁ ରହିଛି କେତେ ଦାମ

Apple କମ୍ପାନୀ iPhone 15 ସିରିଜ ଲଞ୍ଚ କରି ସାରିଛି । ଏହି ସିରିଜରେ କମ୍ପାନୀ ୪ ଟି ମଡେଲ ଲଞ୍ଚ କରିଛି । ଯଦି ଆପଣ 15 ସିରିଜର କୌଣସି ଏକ ଫୋନ କିଣିବା ପାଇଁ ପ୍ଲାନ କରୁଛନ୍ତି ତେବେ ଭାରତରେ ଏହାର ବୁକିଂ ଆସନ୍ତା କାଲି ଅର୍ଥାତ ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବ ।

ଦୀର୍ଘ ସମୟ ଧରି iPhone 15ର ନୂଆ ମଡେଲକୁ ଅପେକ୍ଷା କରି ରହିଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । Apple କମ୍ପାନୀ iPhone 15 ସିରିଜ ଲଞ୍ଚ କରି ସାରିଛି । ଏହି ସିରିଜରେ କମ୍ପାନୀ ୪ ଟି ମଡେଲ ଲଞ୍ଚ କରିଛି । ଯଦି ଆପଣ 15 ସିରିଜର କୌଣସି ଏକ ଫୋନ କିଣିବା ପାଇଁ ପ୍ଲାନ କରୁଛନ୍ତି ତେବେ ଭାରତରେ ଏହାର ବୁକିଂ ଆସନ୍ତା କାଲି ଅର୍ଥାତ ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବ । କମ୍ପାନୀ ଏହି ସିରିଜରେ iPhone 15, iPhone 15 Plus, iPhone 15 Pro, ଏବଂ iPhone 15 Pro Maxକୁ ଲଞ୍ଚ କରିଛି । ଯଦି ଆପଣ ଏହି ଆଇଫୋନ କିଣିବା ପାଇଁ ଇଚ୍ଛା କରୁଛନ୍ତି ତେବେ ଏହାର କଲର ଅପ୍ସନ, ପ୍ରାଇସ ଏବଂ ଅନ୍ୟ ଡିଟେଲ୍ସ ଜାଣି ରଖନ୍ତୁ ।

iPhone 15:
ଆପଣ ଏହି ଫୋନ 128 GBକୁ ୭୯,୯୦୦ ଟଙ୍କାରେ ପାଇ ପାରିବେ । 256 GBକୁ ୮୯,୯୦୦ ଟଙ୍କା । 512 GBକୁ ୧,୦୯,୯୦୦ ଟଙ୍କାରେ କିଣି ପାରିବେ । iPhone 15କୁ ଗ୍ରାହକମାନେ ବ୍ଲୁ, ପିଙ୍କ, ୟେଲୋ, ଗ୍ରୀନ ଏବଂ ବ୍ଲାକ କଲରରେ କିଣି ପାରିବେ । ଏହି ଫୋନର ପ୍ରି ବୁକିଂ ଆପଣ ୧୫ ସେପ୍ଟେମ୍ବରରୁ କରି ପାରିବେ । ତେବେ ଏହାର ସେଲ୍‌ ୨୨ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ।

iPhone 15 Plus :
ଏହି ଫୋନ 128 GBକୁ ୮୯,୯୦୦ ଟଙ୍କାରେ କିଣି ପାରିବେ । 256 GBକୁ ୯୯,୯୦୦ ଟଙ୍କା । 512 GBକୁ ୧,୧୯,୯୦୦ ଟଙ୍କାରେ କିଣି ପାରିବେ । ଆଇଫୋନ୍ 15 ପ୍ଲସରେ ଆପଣ ବ୍ଲୁ, ପିଙ୍କ, ୟେଲୋ, ଗ୍ରୀନ ଏବଂ ବ୍ଲାକ କଲର ପାଇ ପାରିବେ । ଏହି ଫୋନର ପ୍ରିବୁକିଂ ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏହା ବ୍ୟତୀତ ୨୨ ସେପ୍ଟେମ୍ବରରୁ ଏହି ଫୋନର ବିକ୍ରି ଆରମ୍ଭ ହେବ ।

iPhone 15 Pro :
ଏହି ଫୋନର 128 GBକୁ ଆପଣ ୧,୩୪,୯୦୦ ଟଙ୍କାରେ କିଣି ପାରିବେ । 256 GBକୁ ୧,୪୪,୯୦୦ ଟଙ୍କା । 512 GBକୁ ୧,୬୪,୯୦୦ ଟଙ୍କା । ଏବଂ 1 ଟିବିକୁ ୧,୮୪,୯୦୦ ଟଙ୍କାରେ କିଣି ପାରିବେ । ଆପଣ iPhone 15 Proରେ ନେଚୁରାଲ ଟାଇଟାନିୟମ୍, ବ୍ଲୁ ଟାଇଟାନିୟମ୍, ହ୍ୱାଇଟ୍ ଟାଇଟାନିୟମ୍, ବ୍ଲାକ୍ ଟାଇଟାନିୟମ୍ କଲର ପାଇବେ ।

iPhone 15 Pro Max :
ଏହି ଫୋନର 256 GBକୁ ୧,୫୯,୯୦୦ ଟଙ୍କାରେ କିଣି ପାରିବେ । 512 GBକୁ ୧,୭୯,୯୦୦ ଟଙ୍କା । 1 ଟିବିକୁ ୧,୯୯,୯୦୦ ଟଙ୍କା । ଏହି ଫୋନରେ ନେଚୁରାଲ ଟାଇଟାନିୟମ୍, ବ୍ଲୁ ଟାଇଟାନିୟମ୍, ହ୍ଵାଇଟ ଟାଇଟାନିୟମ୍, ବ୍ଲାକ ଟାଇଟାନିୟମ୍ କଲର ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.