Below header

ଏ କି ପ୍ରେମରେ ବାବା! ପ୍ରେମିକକୁ ଦେଖୁ ଦେଖୁ କୁକୁର ହୋଇଯାଏ ପ୍ରେମିକା, ୪ ଗୋଡ଼ରେ ଡେଇଁ ଡେଇଁ ଖେଳେ

ପ୍ରେମର ଅନେକ ସ୍ବରୂପ ଆପଣ ଦେଖିଥିବେ। କିଛି ଲୋକ ଭଲ ପାଇବାରେ ସୀମା ପାର କରି ଯାଆନ୍ତି ତ ଆଉ କିଛି ଲୋକ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରନ୍ତି। କିନ୍ତୁ କିଛି ଜଣଙ୍କ ପ୍ରେମ ତାଙ୍କ ଅଜବ ତରିକା ଯୋଗୁ ଜଣାଶୁଣା ହୋଇଯାଏ। ଏବେ ଏବେ ଏରିଜୋନାର ଟକ୍ସନରେ ରହୁଥିବା ୨୬ ବର୍ଷୀୟ ଢାନି ଓ ତାଙ୍କ ପାର୍ଟନର ୩୧ ବର୍ଷୀୟ ଜ୍ୟାକଙ୍କ ରୋମାନ୍ସ ଚର୍ଚ୍ଚାରେ ଅଛି।

ଏହି କପଲ ଯେତେବେଳେ ବି ବାହାରକୁ ବାହାରନ୍ତି, ସବୁ ଲୋକ ତାଙ୍କୁ ବୁଲି ବୁଲି ଦେଖନ୍ତି। ପ୍ରକୃତ କଥା ହେଉଛି, ଢାନିଙ୍କୁ କୁକୁର ଭଳି ରହିବାକୁ ପସନ୍ଦ ଲାଗେ। ସେ ୨୪ ଘଣ୍ଟା ଦୁଇ ହାତ ଓ ଦୁଇ ଆଣ୍ଠୁ ସାହାଯ୍ୟରେ କୁକୁର ଭଳି ଚାଲିଥାନ୍ତି। ଏପରିକି, ତାଙ୍କ ଗଳାରେ ପଟି ମଧ୍ୟ ବନ୍ଧା ହୋଇଥାଏ। ଜ୍ୟାକ ଯଦି ତାଙ୍କ ପାର୍ଟନରଙ୍କ ସହ ବାହାରକୁ ଯାଇଥାନ୍ତି, ତ ପାର୍ଟନରଙ୍କ ବେକରେ ଚେନ ବାନ୍ଧି ନେଇଯାଇଥାନ୍ତି। ଢାନି କୁକୁର ଭଳି ସବୁବେଳେ ଭୋକି ଥାନ୍ତି ଏବଂ ଡେଇଁ ଡେଇଁ ନିଜ ପାର୍ଟନରଙ୍କ ସହିତ ଖେଳିଥାନ୍ତି।

ଢାନିଙ୍କୁ ବେକରେ ପଟି ବାନ୍ଧି ରଖିବାର ସଉକ ରହିଛି। ସେ ସବୁବେଳେ ଏହାକୁ ବେକରେ ପକାଇ ରଖିଥାନ୍ତି। ଏହି କପଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବି ନିଜର ଆକାଉଣ୍ଟ ରଖିଛନ୍ତି। ଏଥିରେ ଜ୍ୟାକ ଢାନିଙ୍କୁ ଖୁଆଇଦେବା ଏବଂ ବାହାରେ ବୁଲାଇନେବା ସବୁକିଛି କରୁଥିବାର ଦେଖିବାକୁ ମିଳିପାରିବ। ତେବେ ଏହି କପଲଙ୍କୁ ଲୋକଙ୍କଠାରୁ ବହୁତ ଖରାପ କମେଣ୍ଟ ଶୁଣିବାକୁ ମିଳିଥାଏ। ଜ୍ୟାକଙ୍କ କହିବା ହେଲା, ଢାନିଙ୍କୁ ଏହିଭଳି ରୋମାନ୍ସ କରିବା ଏବଂ ଜୀବନ ଜିଇଁବା ପସନ୍ଦ। ସେ ଢାନିଙ୍କ ପାର୍ଟନର ହୋଇଥିବାରୁ ତାଙ୍କର ସବୁ ଇଚ୍ଛା ପୂରଣ କରିବା ତାଙ୍କ କର୍ତ୍ତବ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.