Below header

ଶୋଷିଲା କୁକୁରକୁ ପାଣି ଦେଇ ସୋସିଆଲ ମିଡିଆରେ ପ୍ରଶଂସା ସାଉଁଟିଲେ ପୋଲିସ କର୍ମଚାରୀ

ସୋସିଆଲ ମିଡିଆରେ ଆଜିକାଲି ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ଯାହାକୁ ବିଶ୍ୱାସ କରିହୁଏନି । ମାତ୍ର ଏହା ସତ । କିଛି ଏମିତି ଫଟୋ ତଥା ଭିଡିଓ ଭାଇରାଲ ଯାହା ଦେଖି ସମସ୍ତଙ୍କ ମନ ଖୁସି ହୋଇଯାଏ । ଏବେ ପୁଣି ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିରେ ମନୁଷ୍ୟର ମାନବିକତାର ପରିଚୟ ମିଳୁଛି । ଯାହାକୁ ଏବେ ସମସ୍ତେ ସେୟାର କରିବାରେ ବ୍ୟସ୍ତ ।

ଏହି ଭାଇରାଲ ଫଟୋ ଉତ୍ତରପ୍ରଦେଶର ବନାରସ ଅଞ୍ଚଳର । ଏହି ଭିଡିଓରେ ଜଣେ ପୋଲିସ କର୍ମଚାରୀ ନିଜ ଚେୟାରରେ ବସି ପାଖରେ ଥିବା ନଳକୂପ ସାହାଯ୍ୟରେ ଏକ କୁକୁରକୁ ପାଣି ପିଆଉଛନ୍ତି । ଲାଗୁଛି କୁକୁରଟି ଯେମିତି ଶୋଷିଲା ଅଛି ଆଉ ତାକୁ ପାଣି ଦେବାରେ ଏ କର୍ମଚାରୀ ଜଣକ ସାହାଯ୍ୟ କରୁଛନ୍ତି । ଦେଖନ୍ତୁ ଏହି ଫଟୋକୁ ଥରେ..

ଏହାକୁ ଟ୍ୱିଟରରେ ପୋଷ୍ଟ କରିଥିବା ବ୍ୟକ୍ତି ଜଣକ ଆଇପିଏସ ଅଧିକାରୀ ସୁକିର୍ତ୍ତୀ ମାଧବ ମିଶ୍ର । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ କର୍ମଚାରୀଙ୍କ ମାନବିକତାର ସଂପୂର୍ଣ୍ଣ ପରିଚୟ ମିଳୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋଷ୍ଟକୁ ୨୫ ହଜାର ଲୋକ ଲାଇକ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.