ଶରୀରର ଓଜନ କମାଇବା ପାଇଁ ମାନନ୍ତୁ ଏହି ସହଜ ଟିପ୍ସ

ଓଜନ କମାଇବାକୁ ନେଇ ଏବେ ସମସ୍ତେ ଚିନ୍ତାରେ । କିଏ ନିଜ ଡାଏଟ ପ୍ଲାନକୁ ପରିବର୍ତ୍ତନ କରୁଛି ତ ଆଉ କିଏ ଭୋକ ଲାଗୁଥିଲେ ବି ଖାଇବାକୁ ମନ ବଳାଉ ନାହାଁନ୍ତି । କିନ୍ତୁ ଏମିତି କରିବା ଦ୍ୱାରା ଆପଣଙ୍କ ଓଜନ ତ କମିବନି ବରଂ ଆପଣଙ୍କ ଶରୀର ଅସୁସ୍ଥ ହୋଇଯିବ । କାରଣ ଶରୀରର ପରିବର୍ତ୍ତନ ପାଇଁ ନିର୍ଦ୍ଦିଷ୍ଟ ନିୟମ ରହିଛି । ଯାହାକୁ ମାନିବା ଉଚିତ । ମନଇଚ୍ଛା କିଛି କରିବା ଆଗରୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ।
ଭୁଲ ବଶତଃ ଆପଣ ଏମିତି କିଛି ଖାଆନ୍ତି ଯାହାଦ୍ୱାରା ଆପଣଙ୍କ ଶରୀରର ଓଜନ ବଢ଼ିଯାଏ । ଯାହା କୌଣସି ଉପାୟରେ କମ ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କାରଣ କହିବୁ ଯାହାଦ୍ୱାରା ଆପଣଙ୍କ ଶରୀରର ଓଜନ ବଢ଼ିଥାଏ ।

– ସକାଳୁ ଉଠିବା ପରେ ପାଣି ନ ପିିିଇବା। ଶରୀରରେ ପାଣିର ମାତ୍ରା କମିଲେ ଜଳୀୟଅଂଶର ଅଭାବ ଦେଖାଯାଏ । ଏହାର ପ୍ରଭାବ ପାଚନ କ୍ରିୟାରେ ପଡେ ।

– ବ୍ରେକଫାଷ୍ଟରେ ଘରେ ତିଆରି ହୋଇଥିବା ଜୁସ ପିଅନ୍ତୁ । ପ୍ୟାକେଟ ଜୁସକୁ ପରିତ୍ୟାଗ କରନ୍ତୁ । ଏଥିରେ ସୁଗାର ଅଧିକ ପରିମାଣର ରହିଥାଏ ।

– ଅନ୍ୟମନସ୍କ ହୋଇ ଖାଆନ୍ତୁ ନାହିଁ ।

– ଖାଲି ପେଟରେ ଘରୁ ବାହାରନ୍ତୁ ନାହିଁ । ଏହାଦ୍ୱାରା ମେଟାବୋଲିଜିମ ଉପରେ ଖରାପ ପ୍ରଭାବ ପକାଇଥାଏ ।

– ଫାଷ୍ଟଫୁଡ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।

– କ୍ୟାଲୋରୀ ଖାଦ୍ୟକୁ ଖାଆନ୍ତୁ ନାହିଁ ।

– ସକାଳ ଉଠିବା ପରେ ଖାଲି ପେଟରେ ରୁହନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.