ହଠାତ୍‌ ମଝି ଆକାଶରେ ବିମାନକୁ ମାଡିଆସିଲା ରକେଟ, ଯାତ୍ରୀ କ୍ୟାମେରାରେ ସୁଟ୍‌ କଲେ ଅଦ୍ଭୁତ ଦୃଶ୍ୟ

ଆପଣ ବିମାନରେ ନିଶ୍ଚିତ ଯାତ୍ରା କରିଥିବେ। ବିମାନରେ ଯାତ୍ରା କରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ଓ୍ଵିଣ୍ଡୋ ସିଟ୍‌ରେ ବସିବା ପାଇଁ ଉତ୍ସାହିତ ରହିଥାନ୍ତି। ଓ୍ଵିଣ୍ଡୋ ସିଟ୍‌ରେ ବସି ଯାତ୍ରୀ ବାହାର ଦୁନିଆକୁ ଦେଖିବାକୁ ବେଶ ଭଲ୍‌ ପାଆନ୍ତି। ଆକାଶରେ ଅନେକ ଉପରେ ଉଡିବା ଯୋଗୁଁ ଅନ୍ୟ ସବୁ ଜିନିଷ ଦେଖିବା ଆକର୍ଷଣୀୟ ଲାଗିଥାଏ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଗୋଟେ ଜାହାଜ ହଜାର ଫୁଟ ଉପରେ ଉଡିବା ସମୟରେ ଦ୍ରୁତଗତିରେ ଏକ ଜିନିଷ ଉଡୁଥିବା ନଜର ଆସିଥିଲା। ବିମାନରେ ବସିଥିବା ଜଣେ ଯାତ୍ରୀ ନିଜ ଫୋନକୁ ଓ୍ଵିଣ୍ଡୋରେ ରଖି ଏମିତି କିଛି ଦୃଶ୍ୟ ରେକର୍ଡ କରିଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭାଇରଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ କ୍ୟାମେରାରେ ଆକାଶରେ କିଛି ହଲଚଲ ହେଉଥିବା ରେକର୍ଡ କରିଥିଲେ। ଭିଡିଓରେ ରକେଟ ଲଞ୍ଚ ହୋଇ ଦ୍ରୁତଗତିରେ ଆକାଶରେ ଯାଉଥିବା ଦେଖିବାକୁ ମିଳିଛି। ରକେଟ ସ୍ପେସକୁ ଯିବା ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।

 

View this post on Instagram

 

A post shared by UNILAD (@unilad)

ବ୍ୟକ୍ତି ଜଣକ ଭିଡିଓକୁ ଜୁମ୍‌ କରି ଦେଖିବା ପରେ ଏହା ରକେଟ ବୋଲି ଜାଣିବାକୁ ପାଇଥିଲେ। ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଭାଇରଲ ହେଉଛି। ଭିଡିଓକୁ ଏପର୍ଯ୍ୟନ୍ତ ୧.୬ ମିଲିଅନରୁ ଅଧିକ ଭ୍ୟୁ ହୋଇସାରିଲାଣି। ୨୫ ହଜାରରୁ ଉର୍ଦ୍ଧ୍ୱ ଲାଇକ୍ସ ମଧ୍ୟ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.