Below header

ରୁଷିଆ ସେନା ହଟିବା ଦରକାର ଓ ସୁରକ୍ଷା ପ୍ରତିଶ୍ରୁତି ମିଳିଲେ ଆମେ ନାଟୋର ସଦସ୍ୟ ହେବୁ ନାହିଁ : ଜିଲେନସ୍କି

୧-ୟୁକ୍ରେନ୍‌ ଉପରେ ରୁଷ୍‌ର ଆକ୍ରମଣ ପ୍ରସଙ୍ଗରେ ଭାରତ ତାର ମତ ସ୍ପଷ୍ଟ କରୁନଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଲେ। ଭାରତ ଏପର୍ଯ୍ୟନ୍ତ ରୁଷ୍‌ ଉପରେ କୌଣସି କଟକଣା ଜାରି ନଥିବା ବାଇଡେନ୍‌ କହିଛନ୍ତି ।
୨-ଭାରତକୁ ରୁଷ୍‌ରୁ ଯେଉଁ ଅଶୋଧିତ ତୈଳ ଆସୁଛି ତାହା ମାତ୍ର ୧ ପ୍ରତିଶତ । ଆମେ ଆମେରିକାରୁ ହିଁ ଅଧିକ ତେଲ ଆଣୁଛୁ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସୂଚନା ।
୩-ୟୁକ୍ରେନ୍‌ ରାଷ୍ଟ୍ରପତି ଜିଲେନସ୍କି କହିଛନ୍ତି କି ଆମେ ରୁଷିଆ ସହ ସିଧାସଳଖ ଆଲୋଚନା କରିବାକୁ ରାଜି । ଆମେ ନାଟୋରେ ସଦସ୍ୟ ହେବୁ ନାହିଁ । ହେଲେ ତା ପୂର୍ବରୁ ରୁଷ୍‌ ତାର ସେନା ପ୍ରତ୍ୟାହାର କରିବା ଦରକାର ଏବଂ ଆମକୁ ସମ୍ପୂର୍ଣ୍ଣ ସୁରକ୍ଷାର ପ୍ରତିଶ୍ରୁତି ମିଳିବା ଆବଶ୍ୟକ।
୪-ୟୁକ୍ରେନ୍‌ ରାଜଧାନୀ କିଭ ସହର ଉପକଣ୍ଠରୁ ରୁଷ୍‌ ସେନାଙ୍କୁ ତଡ଼ି ଦିଆଯାଇଥିବା ୟୁକ୍ରେନ୍‌ ଦାବି କରିଛି ।
୫-ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି ଯେ ଯୁଦ୍ଧକୁ ନେଇ ରୁଷିଆରେ ବହୁ ବ୍ୟବସାୟୀ ଏବଂ ବୁଦ୍ଧିଜୀବୀ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଉପରେ ଭୀଷଣ ଅସନ୍ତୁଷ୍ଟ ଅଛନ୍ତି । ବିଶ୍ୱର ଅନ୍ୟ ଦେଶମାନେ କଟକଣା ଲଗାଇଥିବାରୁ ସେମାନଙ୍କ ବ୍ୟବସାୟ କ୍ଷତିଗ୍ରସ୍ତ ହେଉଛି । ତେଣୁ ସେମାନେ ପୁଟିନ୍‌ଙ୍କୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର କରୁଛନ୍ତି ।
୬-ୟୁକ୍ରେନ୍‌ ଉପରେ ପୁଟିନ୍‌ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବା ପାଇଁ ବିଚାର କରୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି ।
୭-ଏହି ଯୁଦ୍ଧ ଯୋଗୁଁ ୟୁକ୍ରେନ୍‌ର ପ୍ରାୟ ସାଢ଼େ ୬ କୋଟି ଲୋକ ବେସାହାରା ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.