Below header

ବାଣ ଫୁଟାଇବା ବ୍ଯାନ ହେବାରୁ ଯୁବକ ଆପଣାଇଲେ ଅଜବ ଯୁଗାଡ, ଭିଡିଓ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଫ୍ଯାନ

କରୋନା ଏବଂ ବାୟୁ ପ୍ରଦୂଷଣ ପାଇଁ ସରକାର ବାଣ ଫୁଟାଇବା ବ୍ଯାନ କରିଛନ୍ତି। ତେଣୁ ଦୀପାବଳି ଅନେକାଂଶରେ ଫିକା ପଡିବାକୁ ଯାଉଛି। ସେହିଭଳି ଉତ୍ତର ଭାରତର ଅନେକ ସହରରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଦିଲ୍ଲୀ ଏନସିଆରରେ ଅବସ୍ଥା ସାଘାଂତିକ ରହିଛି।

ଏମିତିରେ ନ୍ଯାସନାଲ ଗ୍ରୀନ ଟ୍ରିବ୍ଯୁନାଲ ଦିଲ୍ଲୀ ଏନସିଆରରେ ୩୦ ନଭେମ୍ବର ପର୍ଯ୍ଯନ୍ତ ବାଣ ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛନ୍ତି। ଏହା ଯୋଗୁଁ କେହି ବି ବାଣ ଫୁଟାଇପାରିବେ ନାହିଁ। ଏହି ସବୁ ମଧ୍ୟରେ ଜଣେ ଯୁବକ ବାଣ ଫୁଟାଇବା ପାଇଁ ଏମିତି ଯୁଗାଡ ଲଗାଇଛନ୍ତି, ଯାହା ସମସ୍ତଙ୍କୁ ପସନ୍ଦ ଆସୁଛି। ଏହା ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଭାଇରଲ ହେଉଛି।

ଏହି ଭିଡିଓରେ ଜଣେ ଯୁବକ ତଳେ ରଖିଥିବା ଏକ ଡବାରେ ଦିଆସିଲ ଲଗାଇବର ଅଭିନୟ କରି ରକେଟ ବାଣ ଗଲାବେଳେ ଯେମିତି ଶବ୍ଦ କରୁଛନ୍ତି ଆଉ ତା’ ପରେ ପାଖରେ ଥିବା ଲୁହା ଷ୍ଟାଣ୍ଡରେ ହାତ ବାଡେଇ ବାଣ ଫୁଟିବା ଭଳି ଶବ୍ଦ ମଧ୍ୟକରୁଛନ୍ତି। ଏହାକୁ ଆଇଏଏସ ଅଫିସର ଅବନିଶ ଶରଣ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।

ଏହି ଭିଡିଓକୁ ଦେଖି ଆପଣ ମଧ୍ୟ ନିଜର ହସକୁ କଣ୍ଟ୍ରୋଲ କରିପାରିବେନି। ଏହି ଭିଡିଓକୁ ସେୟାର କରି ଆଇଏଏସ୍ ଅବିନାଶ ଶରଣ ଲେଖିଛନ୍ତି, ଏହି ଦୀପାବଳିରେ ପ୍ରଦୂଷଣକୁ ରୋକନ୍ତୁ, ଏମିତି ବାଣ ଜଳାନ୍ତୁ। ଏହି ଭିଡିଓକୁ ଏପର୍ଯନ୍ତ ୨.୫୯ ଲକ୍ଷ ଥର ଦେଖାଯାଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.