Below header

ଆଜି ରାଜ୍ୟରେ ୧୨୨୦ ନୂଆ ଆକ୍ରାନ୍ତ ଚିହ୍ନଟ, ଆଉ ୧୫ ଆକ୍ରାନ୍ତଙ୍କ ପ୍ରାଣ ଗଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୦ ରାଜ୍ୟ ଓ ଷ୍ଟେଟପୁଲରୁ ୧୨୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟଙ୍କ ମଧ୍ୟରୁ କ୍ଵାରେଣ୍ଟୀନ ସେଣ୍ଟରରୁ ୭୦୩ ଜଣ ଥିବା ବେଳେ ଲୋକାଲ କଣ୍ଟକଟରୁ ୫୧୭ ଜଣ ଥିବା ଜଣାଯାଇଛି । ଆଜିର ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୫ ହଜାରକୁ ବୃଦ୍ଧି ପାଇଥିବା ବେଳେ ଏମଧ୍ୟରୁ ୧୨ ହଜାର ୩୪୧ ଆକ୍ଟିଭ କେଶ ରହିଛି ।

ଏଯାବତ ରାଜ୍ୟରେ ୫୦ ଲକ୍ଷ ୭୭ ହଜାର ୧୧୯ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ଏ ମଧ୍ୟରୁ ୨ ଲକ୍ଷ ୯୧ ହଜାର ୧୩୭ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪ ଜଣ ଥିବା ବେଳେ ଏହା ପଛକୁ ରହିଛି ସୁନ୍ଦରଗଡ । ସୁନ୍ଦରଗଡରୁ ଆଜି ୧୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପକ୍ଷରେ, ଗୋଟିଏ ଦିନ ଭିତରେ ରାଜ୍ୟରେ ୧୫ ଜଣଙ୍କ ଜୀବନ ନେଇଛି ମାରାତ୍ମକ କରୋନା ।  ମୃତକଙ୍କ ମଧ୍ୟରେ ଅନୁଗୁଳର ଜଣେ, ବାଲେଶ୍ଵର ଜିଲ୍ଲାର ଚାରି ଜଣ, କଟକ ଜିଲ୍ଲାର ତିନି ଜଣ, ଭୁବନେଶ୍ୱରର ଜଣେ, ଜଗତସିଂହପୁର ଜିଲ୍ଲାର ଦୁଇ ଜଣ ଅଛନ୍ତି । ମୟୁରଭଞ୍ଜ ଜିଲ୍ଲାର ଜଣେ ଥିବା ବେଳେ ସମ୍ବଲପୁର ଜିଲ୍ଲାର ଜଣେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.