ଧନତେରସ୍‌ରେ ନିଶ୍ଚୟ କିଣନ୍ତୁ ଝାଡ଼ୁ, ପ୍ରସନ୍ନ ହୋଇ ଧନ ବର୍ଷା କରିବେ ମହାଲକ୍ଷ୍ମୀ

ଦୀପାବଳି ପର୍ବ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହା ପୂର୍ବରୁ ଗୁରୁବାର ପଡ଼ୁଛି ଧନତେରସ୍‌। ଧନ୍‌ତେରସ୍‌ରେ ଭଗବାନ ଧନ୍ଵନ୍ତରୀଙ୍କୁ ପୂଜା କରାଯାଏ ଓ ଧାତୁ କିଣିବା ପରମ୍ପରା ରହିଛି। ଧନ୍‌ତେରସ୍‌ରେ ସୁନା, ରୂପା କିଣିବା ଶୁଭ ହୋଇଥାଏ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଏହି ଦିନ ଝାଡ଼ୁ କିଣିବା ମଧ୍ୟ ଶୁଭ ହୋଇଥାଏ। ଆସନ୍ତୁ ଜାଣିବା ଧନ୍‌ତେରସ୍‌ରେ କାହିଁକି କିଣାଯାଏ ଝାଡ଼ୁ…

ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ଯେ ଝାଡ଼ୁରେ ମା’ ଲକ୍ଷ୍ମୀ ବାସ କରନ୍ତି। ଏହା ଘରର ଦାରିଦ୍ର୍ୟତା ସଫା କରିଥାଏ ଓ ସମ୍ପତ୍ତି ଆଣିଥାଏ। ଏଣୁ ଧନ୍‌ତେରସ୍‌ରେ ଝାଡ଼ୁ କିଣାଯାଏ। ଧନ୍‌ତେରସ୍‌ରେ କିଣାଯାଇଥିବା ଝାଡ଼ୁରେ ସେହି ଦିନ ହିଁ ଘର ଝାଡ଼ିବା ଉଚିତ। ଫଳରେ ଘରୁ ନକାରାତ୍ମକ ଶକ୍ତି ଦୂର ହୁଏ।

dhanteras2

ଝାଡ଼ୁକୁ ନେଇ ରହିଛି ଏସବୁ ମାନ୍ୟତା:

  • ଧନତେରସ୍‌ରେ ଝାଡ଼ୁ କିଣିଲେ କରଜରୁ ମୁକ୍ତି ମିଳେ।
  • ଘରେ ଝାଡ଼ୁ କରିବା ପୂର୍ବରୁ ପ୍ରଥମେ ଏହାକୁ ପୂଜା କରିବା ଉଚିତ।
  • ଝାଡ଼ୁକୁ କେବେ ବି ପାଦ ଲଗାନ୍ତୁ ନାହିଁ। ଲକ୍ଷ୍ମୀ ଅସନ୍ତୁଷ୍ଟ ହେବେ।
  • ଝଗଡ଼ା କରିବା ବେଳେ ଝାଡ଼ୁକୁ କେବେ ବି ଅସ୍ତ୍ରଭାବେ ବ୍ୟବହାର କରନ୍ତୁ ନାହିଁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.