ଆଇପିଏଲ୍‌ରେ ହେବାକୁ ଯାଉଛି ଆଉ ଏକ ନୂଆ ଟିମ୍‌ର ଏଣ୍ଟ୍ରି, ଆସନ୍ତା ସିଜନ୍‌ ପୂର୍ବରୁ ହେବ ବଡ଼ ନିଲାମୀ

ଆଇପିଏଲ୍‌ର ୧୩ ତମ ସିଜନ୍‌ ଶେଷ ହୋଇଛି। ଫାଇନାଲ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଟାଇଟଲକୁ ନିଜ ନାଁରେ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ଏଥିସହ ଟୁର୍ଣ୍ଣାମେଣ୍ଟର ଆଗାମୀ ସିଜନ୍‌ର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛି ବିସିସିଆଇ। ରିପୋର୍ଟ ମୁତାବକ ବୋର୍ଡ ଆସନ୍ତା ବର୍ଷ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ପୂର୍ଣ୍ଣ ନିଲାମୀ ଆୟୋଜିତ କରିପାରେ।

ରିପୋର୍ଟ ଅନୁସାରେ ପ୍ରଥମରୁ ହିଁ ବିସିସିଆଇର ଅଧିକାରୀ ଫ୍ରାଞ୍ଚାଇଜ୍‌ଙ୍କ ସହ ଯୋଗାଯୋଗରେ ଅଛନ୍ତି। ବିସିସିଆଇର ଏକ ସୂତ୍ର ମୁତାବକ ଏକ ବଡ଼ ନିଲାମୀ ଆୟୋଜନ କରିବାକୁ ଯୋଜନା ହେଉଛି। ଏଥିରେ ଆଗାମୀ ସିଜନ୍‌ ପାଇଁ ଏକ ନୂଆ ଟିମ୍‌ର ଏଣ୍ଟ୍ରି ହୋଇପାରେ। ଫଳରେ ଟୁର୍ଣ୍ଣାମେଣ୍ଟରେ ୮ ବଦଳରେ ୯ଟି ଟିମ୍‌ ହେବ।

କୁହାଯାଉଛି ଯେ ଆଇପିଏଲ୍‌ରେ ନବମ ଟିମ୍‌ର ଫ୍ରାଞ୍ଚାଇଜ୍‌ ଅହମ୍ମଦାବାଦ ସହ ଜଡ଼ିତ ହୋଇପାରେ। କିନ୍ତୁ ଏବେ ଯାଏଁ କିଏ ଏହାର ମାଲିକାନା କରିବ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଥିଲେ ଯେ ଆଇପିଏଲ୍‌ ୨୦୨୧ ସବୁଠୁ ଅଧିକ ଚର୍ଚ୍ଚିତ ହେବ, କିନ୍ତୁ ଠିକ୍‌ ସମୟରେ ଏହି ଚର୍ଚ୍ଚା ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.