ବଲାଙ୍ଗୀର: ଘର ଭିତରୁ ମିଳିଲା ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ଦୁଇ ଶିଶୁ

ବଲାଙ୍ଗୀର(କେ ନ୍ୟୁଜ): ଘର ଭିତରର ଏ ଦୃଶ୍ୟ ଦେଖିଲେ ଛାତି ଥରି ଉଠିବ । ଗୋଟିଏ ଘରେ ପଡ଼ି ରହିଛି ଛଅ ଛଅଟି ମୃତଦେହ । ତା ଭିତରେ ଅଛି ଦୁଇଟି ଶିଶୁଙ୍କ ଶବ । ଏହି ଘଟଣା ସାରା ବଲାଙ୍ଗିରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଘଟିଛି ଏହି ହୃଦୟବ ବିଦାରକ ଘଟଣା । ସଅଁରାପଡ଼ାର କୁସମପଡ଼ା ରେ ରହୁଥିବା ବୁଲୁ ଯାନୀଙ୍କ ପରିବାରରେ ଏହି ଘଟଣା ଘଟିଛି ।

ମୃତ ପରିବାରର ସଦସ୍ୟମାନେ ହେଲେ ୫୦ ବର୍ଷ ବୟସ୍କ ବୁଲୁ ଯାନୀ ଓ ତାଙ୍କ ସ୍ତ୍ରୀ ଜ୍ୟୋତି । ସେମାନଙ୍କ ଝିଅ ୧୨ ବର୍ଷର ସନ୍ତତି ସରିତା, ପାଞ୍ଚ ବର୍ଷର ବିଦ୍ୟା, ୩ ବର୍ଷର ଶ୍ରୀୟା ଏବଂ ଦୁଇ ବର୍ଷ ବୟସର ପୁଅ ସଂଜୀବ । ମୃତଦେହ ଗୁଡ଼ିକ ଉପରେ କମ୍ବଳ ଘୋଡ଼ା ହୋଇଥିବା ଦେଖିବାକୁ ମିଳିଥିବା । ଏ ନେଇ ସ୍ଥାନୀୟ ଲୋକେ ପୋଲିସ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବଲାଙ୍ଗୀର ଏସପି ଏବଂ ଅନ୍ୟ ପୋଲିସ୍‌ ଅଧଇକାରୀଙ୍କ ସହ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି ।

କେଉଁ କାରଣ ଯୋଗୁ ଏମାନଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡ଼ିନାହିଁ । ତେବେ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । କାରଣ ମୃତକ ଙ୍କ ମୁଣ୍ଡ ପଛପଟେ ଆଘାତ ଲାଗିଛି ବୋଲି ପାଟଣାଗଡ଼ ତହସିଲଦାର କହିଛନ୍ତି । ଗତ ରାତିରେ ସେମାନଙ୍କୁ କେହି ହତ୍ୟା କରିଥାଇ ପାରେ । ଏଭଳି ସନ୍ଦେହ କରାଯାଉଛି । ହେଲେ ପ୍ରଶ୍ନ ଉଠୁଛି, କିଏ? କାହିଁକି? ଆଉ କେମିତି?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.