Below header

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଅଭ୍ୟାସ ଯୋଗୁ ଅସନ୍ତୁଷ୍ଟ ହୋଇଥାନ୍ତି ଭଗବାନ, ଆଜି ହିଁ ଛାଡ଼ନ୍ତୁ

ଜୀବନକୁ ସରସ ସୁନ୍ଦର କରିବା ପାଇଁ ଭଲ ଅଭ୍ୟାସକୁ ଗ୍ରହଣ କରିବା ଉଚିତ। କିନ୍ତୁ ବେଳେବେଳେ ଆମେ ଚେଷ୍ଟା କଲେ ମଧ୍ୟ କେତେକ ଖରାପ ଅଭ୍ୟାସକୁ ଛାଡ଼ିପାରିନଥାଉ। ଫଳରେ ଅନ୍ୟମାନଙ୍କ ସାମ୍ନାରେ ଲୋକହସା ହେବାକୁ ପଡ଼ିଥାଏ। କେବଳ ଏତିକି ନୁହେଁ କେତେକ ଖରାପ ଅଭ୍ୟାସକୁ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଛାଡ଼ିବାକୁ କୁହାଯାଇଛି। ଆସନ୍ତୁ ଜାଣିବା ଶାସ୍ତ୍ର ମୁତାବକ କେଉଁ ଖରାପ ଅଭ୍ୟାସକୁ ଛାଡ଼ିବା ଉଚିତ…

ଏଣେତେଣେ ଛେପ ପକାନ୍ତୁ ନାହିଁ:

Has the Ebola virus really reached India? - Quora

ଏଣେତେଣେ ଛେପ ପକାଇବା ଏକ ଖରାପ ଅଭ୍ୟାସ। ଏହା ଦ୍ୱାରା ମାନସମ୍ମାନ, ଯଶ, ପ୍ରତିଷ୍ଠା ହାନି ହୋଇଥାଏ। ଯଶ ହାନି ହେଲେ ଧନ ହାନି ମଧ୍ୟ ହୁଏ। ଛେପ ଫିଙ୍ଗିବା ଦ୍ୱାରା ବୁଧ ଓ ସୂର୍ଯ୍ୟଙ୍କ କୁପ୍ରଭାବ ପଡ଼ିଥାଏ।

ଅଇଁଠା ଥାଳି ଛାଡ଼ନ୍ତୁ ନାହିଁ:

କେତେକ ଲୋକ ଖାଇସାରିବା ପରେ ଥାଳିରେ ହିଁ ହାତ ଧୋଇ ଅଇଁଠା ଥାଳିକୁ ନ ଉଠାଇ ଚାଲିଯାଇଥାନ୍ତି। ଏହାକୁ ଶାସ୍ତ୍ର ବିରୁଦ୍ଧ କର୍ମ କୁହାଯାଏ। ଏଭଳି ଲୋକ କେବେ ବି ଜୀବନରେ ସଫଳତା ପାଇନଥାନ୍ତି। ଏହି ବଦଭ୍ୟାସ ଯୋଗୁ ଚନ୍ଦ୍ର ଓ ଶନିଙ୍କ କୁଦୃଷ୍ଟି ପଡ଼ିଥାଏ।

ଅତିଥିଙ୍କୁ ପାଣି ଦେଉନଥିଲେ:

घर आया मेहमान बदल सकता है आपकी ...

କେତେକ ଲୋକ ଅତିଥିଙ୍କୁ ପାଣି ଗିଲାସେ ମଧ୍ୟ ପଚାରିନଥାନ୍ତି। ଅତିଥି କିମ୍ବା କୌଣସି କାମ କରିବାକୁ ଆସିଥିବା ଲୋକଙ୍କୁ ସ୍ୱଚ୍ଛ ପାଣି ପିଆନ୍ତୁ। ଯଦି ଆପଣ ଏଭଳି କରୁନାହାନ୍ତି ତେବେ ରାହୁ ସକ୍ରିୟ ହୋଇ ଖରାପ ପ୍ରଭାବ ଦେବା ଆରମ୍ଭ କରିଥାନ୍ତି। ଏହା ଦ୍ୱାରା ଅଚାନକ ଘର ଉପରେ ସଙ୍କଟ ଆସିଥାଏ।

ଗଛ ବୃକ୍ଷର ଦେଖାରଖା କରୁନଥିଲେ:

The Surprising Health Benefits of Gardening | The Healthy

ଯେଉଁ ବ୍ୟକ୍ତି ବଗିଚାରେ ଥିବା ଗଛ ବୃକ୍ଷର ଦେଖାଶୁଣା କରିନଥାନ୍ତି ସେମାନଙ୍କ ଉପରେ ସୂର୍ଯ୍ୟ, ବୁଧ ଓ ଚନ୍ଦ୍ର ଅସନ୍ତୁଷ୍ଟ ହୋଇଥାନ୍ତି। କାରଣ ବୃକ୍ଷଲତା ପରିବାରର ସଦସ୍ୟଙ୍କ ଭଳି ହୋଇଥାନ୍ତି। ସେମାନଙ୍କ ଯତ୍ନ ନ ନେଲେ ଭଗବାନ ଅସନ୍ତୁଷ୍ଟ ହୋଇଥାନ୍ତି। ଏଣୁ ପ୍ରତିଦିନ ଗଛ ମୂଳରେ ପାଣି ଦିଅନ୍ତୁ।

ଠିକ୍‌ ଭାବେ ଚପଲ ନ ରଖିଲେ:

घर में झगड़ों का कारण है अव्यवस्थित ...

ଠିକ୍‌ ଭାବେ ଘରେ ଚପଲ ନରଖିଲେ ଶନିଙ୍କ କୁପ୍ରଭାବ ପଡ଼ିଥାଏ। ଯେଉଁ ବ୍ୟକ୍ତି ଘରକୁ ଆସିବା ପରେ ଚପଲକୁ ଏଣେ ତେଣେ ଫିଙ୍ଗିଥାନ୍ତି, ତାଙ୍କ ଉପରେ ଶନି ଅସନ୍ତୁଷ୍ଟ ହୋଇଥାନ୍ତି। ତାଙ୍କ ମାନସମ୍ମାନ ହାନି ହୋଇଥାଏ। ଏଣୁ ଜୋତା, ଚପଲକୁ ସବୁବେଳେ ସଜାଡ଼ିକି ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.