ଲକଡାଉନରେ ଲୋକଙ୍କୁ ଖାଦ୍ୟ ଏବଂ ଆବଶ୍ୟକୀୟ ଜିନିଷ ଯୋଗାଉଛି ଅପରାଧିକ ଗ୍ୟାଙ୍ଗ, ସାହାଯ୍ୟ ନନେବା ପାଇଁ କହିଲେ ସରକାର

ଗତ କିଛି ଦିନରୁ ଦକ୍ଷିଣ ମେକ୍ସିକୋର ଗୟୁରେରାର ଅନେକ ଅଂଚଳରେ ରହୁଥିବା ଲୋକଙ୍କୁ ସାହାଯ୍ୟ କରୁଥିବାର ନଜର ଆସିଛି। ଏଥିରେ ଲେଖା ଅଛି, ‘ଇଗୁଆଲା ଅଞ୍ଚଳବାସୀ, ଆପଣ ଘରେ ହିଁ ରୁହନ୍ତୁ। ଆପଣ ଲକଡାଉନର ସମ୍ମାନ କରନ୍ତୁ। ଯଦି କିଏ ବାହାରେ ବୁଲନ୍ତି ତେବେ ଆମେ ତାଙ୍କୁ ଗମ୍ଭୀର କ୍ଷତି ପହଞ୍ଚାଇବୁ।’ ସୂଚନା ମୁତାବକ ଏହି ବାର୍ତ୍ତା ସ୍ଥାନୀୟ ଅଧିକାରୀ କିମ୍ବା ସରକାରଙ୍କ ପକ୍ଷରୁ ଜାରି କରାଯାଇନାହିଁ ବରଂ ଡ୍ରଗ୍ସ ଗ୍ୟାଙ୍ଗ ଦ୍ୱାରା ଜାରି କରାଯାଇଛି।

1

ଏହା କେବଳ ଗୋଟିଏ ଘଟଣା ନୁହେଁ। ମାକ୍ସିକୋର ଅନେକ ରାଜ୍ୟରେ ଏହି ଅପରାଧିକ ଗ୍ୟାଙ୍ଗ କର୍ଫ୍ୟୁ ଜାରି ରଖିଛି। ଏହି ଜରିଆରେ ଲୋକମାନଙ୍କୁ ଖାଦ୍ୟ-ପାନୀୟ ଏବଂ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଏହି ଗ୍ୟାଙ୍ଗ ଲୋକମାନଙ୍କ ନିକଟରେ ପହଂଚାଉଛି। ରିପୋର୍ଟ ଅନୁଯାୟୀ ଏହି ଅପରାଧିକ ପୃଷ୍ଠଭୂମି ଲୋକଙ୍କ ଠାରୁ ସାହାଯ୍ୟ ନନେବା ପାଇଁ ସରକାର ଲୋକଙ୍କୁ ବୁଝାଇଛନ୍ତି। କାରଣ ଭବିଷ୍ୟତରେ ଏହାର ଉଦେଶ୍ୟ ଭୟଙ୍କର ହେବ।

criminal gang

୨୫ ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଯୋଗାଇଛନ୍ତି ଆର୍ଥିକ ସାହାଯ୍ୟ

ଗତ କିଛି ସପ୍ତାହ ପୂର୍ବରୁ ଇଟାଲୀ, ବ୍ରାଜିଲ ଏବଂ ଅଲ ସଲ୍ୱାଡ଼ରରୁ ମଧ୍ୟ ଏହି ପ୍ରକାର ସୂଚନା ମିଳିଛି। ଇଟାଲୀର ନୌପଲ୍ସ ଏବଂ ପଲେମୋରେ ମଧ୍ୟ କିଛି ଅପରାଧିକ ଗ୍ୟାଙ୍ଗ ଲୋକଙ୍କୁ ଖାଦ୍ୟ ଏବଂ ଡ୍ରଗ୍ସ ଯୋଗାଇ ଦେଉଥିଲା। ଏଥିସହ ଦକ୍ଷିଣ ଇଟାଲୀରେ ମଧ୍ୟ ୨୫ ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସାହାଯ୍ୟ ଦିଆଯାଇଛି। ଅନ୍ୟପଟେ ଗୁଆନଅଜୁଆଟୋ ଭଳି ଗରିବ ରାଜ୍ୟରେ ଏହି ସଂଗଠନ ଖାଦ୍ୟ ପହଂଚାଉଛି। ଏହିଭଳି ଉତ୍ତର ମେକ୍ସିକୋର ଏକ ଗ୍ୟାଙ୍ଗ ଫୁଡ଼ ବକ୍ସ ସହ ହ୍ୟାଣ୍ଡ ସାନିଟାଇଜର ଯୋଗାଉଛି। ଏହାବ୍ୟତୀତ ମେକ୍ସିକୋର କିଛି ହସ୍ପିଟାଲରେ ମେଡିକାଲ ଉପକରଣର ଅଭାବ ପୂରଣ କରିବା ପାଇଁ ଏହି ଗ୍ୟାଙ୍ଗର ସାହାଯ୍ୟ ନେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.