ଆରୋଗ୍ୟ ସେତୁ ଆପକୁ ନେଇ ସରକାର ଜାରି କଲେ ନୂଆ ନିର୍ଦ୍ଦେଶ, ଯାହା ଆପଣ ଜାଣିବା ନିହାତି ଆବଶ୍ୟକ

ନୂଆଦିଲ୍ଲୀ : ଲକଡାଉନର ଚତୁର୍ଥ ପର୍ଯ୍ୟାୟ ନିୟମ ଭିତରେ ସରକାର ଆରୋଗ୍ୟ ସେତୁ ଆପ ସହିତ ଜଡିତ ନିୟମକୁ ମଧ୍ୟ ସରଳ କରିଦେଇଛନ୍ତି। ସରକାର ଏହି ଆପକୁ ବାଧ୍ୟତାମୂଳକ ଡାଉନଲୋଡ଼କୁ ହଟାଇ ଦେଇ ଏହାକୁ ଅପସିନାଲ କରିଦେଇଛନ୍ତି। ଏହି ଆରୋଗ୍ୟ ସେତୁ ଆପକୁ କରୋନା ଭାଇରସ ସଂକ୍ରମଣ ଉପରେ ନଜର ରଖିବା ପାଇଁ ବିକଶିତ କରାଯାଇଥିଲା।

aarogya2ଗୃହ ମନ୍ତ୍ରାଳୟ ରବିବାର ଜାରୀ କରିଥିବା ନୂଆ ଦିଶାନିର୍ଦ୍ଦେଶରେ ସରକାର ଏହି ଆପର ଫାଇଦା ବିଷୟରେ ବିଶେଷ ଜୋର ଦେଇଛନ୍ତି। ସରକାର ଜଣାଇଛନ୍ତି ଯେ ଏହି ଆପ କରୋନା ଭାଇରସ ସମ୍ଭାବିତ ପୂର୍ବରୁ ହିଁ ଜଣାଇଦେଇଥାଏ। ଏହି ବ୍ୟକ୍ତି ଏବଂ ପୂରା ସମାଜ ପାଇଁ ସୁରକ୍ଷା କବଚ ଭଳି ଅଟେ।

arogyaନୂଆ ନିୟମ ଅନୁଯାୟୀ କାର୍ଯ୍ୟାଳୟ ଏବଂ କାର୍ଯ୍ୟସ୍ଥଳରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସବୁ କର୍ମଚାରୀଙ୍କୁ ମୋବାଇଲରେ ଆରୋଗ୍ୟ ସେତୁ ଆପ ରଖିବାକୁ ସୁନିଶ୍ଚିତ କରିବାକୁ ଚେଷ୍ଟା କରିବା ଉଚିତ। କିନ୍ତୁ ଏହାପୂର୍ବରୁ ମେ ୧ ତାରିଖରେ ଜାରି ହୋଇଥିବା ନିୟମ ଅନୁଯାୟୀ ସରକାର ସମସ୍ତଙ୍କ ପାଇଁ ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ଼ କରିବା ବାଧ୍ୟତାମୂଳକ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.