Below header

ଡାକ୍ତରଙ୍କ ପୋଷାକ ଖୋଲିବା ଓ ହାତ ବାନ୍ଧିବା ମାମଲା, ନିଲମ୍ବିତ ହେଲେ ପୋଲିସକର୍ମୀ

ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଜଣେ ଡାକ୍ତରଙ୍କ ଡ୍ରେସ ଉତାରିବା ଓ ହାତ ବାନ୍ଧିବା ଘଟଣା ସାମ୍ନାକୁ ଆସିବା ପରେ ଜଣେ ପୁଲିସ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଏହି ମାମଲାର ଏକାଧିକ ଭିଡିଓ ସାମ୍ନାକୁ ଆସିଛି। ଏକ ଭିଡିଓରେ ଡାକ୍ତର ଅଣ୍ଟା ପର୍ଯ୍ୟନ୍ତ ଡ୍ରେସ୍‌ ଓହ୍ଲାଇଥିବା ପୋଲିସ କର୍ମୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଥିବା ଦେଖିବାକୁ ମିଳିଛି। ଡାକ୍ତର ପୋଲିସ କର୍ମୀଙ୍କ ଉପରେ ଅଭିଯୋଗ କରି କହିଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ପାଇଁ କାମ କରୁଛନ୍ତି।

1 thousand 371 cases so far; 892 in Indore and 207 corona infected ...

ଉକ୍ତ ଡାକ୍ତରଙ୍କ ନାଁ ସୁଧାକର ବୋଲି ଜଣାପଡ଼ିଛି। ସେ ନାରସୀପଟନମ୍‌ର ଏକ ମେଡିକାଲରେ ଡାକ୍ତର ଭାବେ କାମ କରନ୍ତି। ଭିଡିଓରେ ଦେଖାଯାଇଛି ଯେ ପୋଲିସ କର୍ମୀ ଡାକ୍ତରଙ୍କ ହାତ ବାନ୍ଧି ଅଟୋ ରିକ୍ସାରେ ନେଉଛନ୍ତି। ଉକ୍ତ ଡାକ୍ତରଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଥିବା ଜଣାଯାଇଛି। ଗତ ଏପ୍ରିଲ ୮ ତାରିଖରେ ସରକାରଙ୍କ ବିରୋଧରେ ମିଛ କଥା କହିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ସେ ସରକାରଙ୍କ ବିରୋଧରେ ଅଭିଯୋଗ କରିଥିଲେ ଯେ ମେଡିକାଲ ଷ୍ଟାଫଙ୍କୁ ଏନ୍‌୯୫ ମାସ୍କ ଦିଆଯାଉନାହିଁ। ନର୍ସ ଓ ଡାକ୍ତରମାନେ ଗୋଟିଏ ମାସ୍କକୁ ୧୫ ଦିନ ଧରି ବ୍ୟବହାର କରୁଛନ୍ତି। ଏହି ଘଟଣାର ଏକାଧିକ ଭିଡିଓ ସାମ୍ନାକୁ ମଧ୍ୟ ଆସିଛି।

medical colleges: Docs from private sector, those living overseas ...

ଗୋଟିଏ ଭିଡିଓକୁ ପୋଲିସ କର୍ମୀ ମଧ୍ୟ ସୁଟିଂ କରିଛନ୍ତି। ଭିଡିଓରେ ଡା.ସୁଧାକର ପିଙ୍କ କଲରର ସାର୍ଟ ପିନ୍ଧିଛନ୍ତି ଓ ତାଙ୍କ ବେକରେ ମାସ୍କ ଝୁଲିଛି। ଡାକ୍ତର ନିଜ ଗାଡ଼ି ଭିତରୁ ପୋଲିସଙ୍କ ଉପରେ ଚିଲ୍ଲାଉଥିବା ଦେଖାଯାଇଛି। ଦ୍ୱିତୀୟ ଭିଡିଓରେ ଦେଖାଯାଇଛି ଯେ ଡାକ୍ତର ଗାଡ଼ି ଭିତରୁ କେତେକ ଜିନିଷ ଫିଙ୍ଗୁଛନ୍ତି ଓ ପୋଲିସ କର୍ମୀଙ୍କୁ ଗାଳି ଦେଉଛନ୍ତି। ଏକ ଭିଡିଓରେ ପୋଲିସ କର୍ମୀ ନିଜ ଭଙ୍ଗା ଫୋନ୍‌ ଦେଖାଉଛନ୍ତି, ଯାହାକୁ ସୁଧାକର ଭାଙ୍ଗିଛନ୍ତି ବୋଲି ସେ କହିଛନ୍ତି। ତେବେ ଡାକ୍ତର କାହିଁକି ସାର୍ଟ ଉତାରିଛନ୍ତି ସେ ନେଇ ସ୍ପଷ୍ଟ ଜଣାପଡ଼ିନାହିଁ। ଆଉ ଏକ ଭିଡିଓରେ ଡାକ୍ତର ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.