ବିଗବସ୍‌ଙ୍କୁ ଫାଶୀରେ ଝୁଲାଇଲେ ଅଣ୍ଡରଟେକର, ଦେଖନ୍ତୁ ଛାତିଥରା ଭିଡିଓ

‘ ଡେଡ୍‌ମ୍ୟାନ’ ଦ ଅଣ୍ଡରଟେକରର ଭୟ ଆଜି ମଧ୍ୟ ସମସ୍ତଙ୍କ ମନରେ ରହିଛି। ମ୍ୟାଚ ଆରମ୍ଭ ହେବା ପୂର୍ବରୁ ହିଁ ତାଙ୍କ ବିରୋଧୀ ରେସଲର ଅଣ୍ଡରଟେକର ଏଣ୍ଟ୍ରି ଦେଖି ଭୟଭୀତ ହୋଇଯାଆନ୍ତି। ତାଙ୍କ କ୍ରୋଧରୁ ବଞ୍ଚିବା ପାଇଁ ଅନ୍ୟ ରେସଲରଙ୍କ ପାଇଁ ବହୁତ କଷ୍ଟ ହୋଇପଡେ। ଅଣ୍ଡରଟେକର ହେଲ ଇନ ସେଲରେ ଏପରି ଏକ ମ୍ୟାଚ ଲଢିଥିଲେ, ଯାହାକୁ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏହି ମ୍ୟାଚରେ ଅଣ୍ଡରଟେକର ବିଗବସ୍‌ ମ୍ୟାନଙ୍କୁ ଫାଶୀରେ ଝୁଲାଇ ଦେଇଥିଲେ।

video courtesy : dailymotion

ଅଣ୍ଡରଟେକର ଏବଂ ବିଗବସ୍‌ ମ୍ୟାନଙ୍କ ମଧ୍ୟରେ ଏହି ମ୍ୟାଚରେ ଅଣ୍ଡରଟେକର ବହୁତ ସହଜରେ ଜିତିଯାଇଥିଲେ। ଦୁହିଁଙ୍କ ମଧ୍ୟରେ ୧୦ ମିନିଟ୍‌ ଫାଇଟ ଚାଲିଥିଲା। ଯେଉଁଥିରେ ବିଗବସ୍‌ ମ୍ୟାନଙ୍କ ମୃତ୍ୟୁ ହୋଇଥିଲା। ମ୍ୟାଚ ଶେଷ ହେବା ପରେ ଅଣ୍ଡରଟେକର ବିଗ୍‌ବସ୍‌ ମ୍ୟାନଙ୍କ ବେକରେ ଫାଶୀ ଲଗାଇବା ପରେ ତାଙ୍କ ମ୍ୟାନେଜର ପର୍ଲ ବିୟରର ରିମୋର୍ଟ ଜରିଆରେ ହେଲ ଇନ ସେଲକୁ ଉଠାଇବା ବେଳକୁ ବିଗବସ୍‌ମ୍ୟାନ ଫାଶୀରେ ଝୁଲୁଥିବା ନଜର ଆସିଥିଲେ। ସମସ୍ତେ ଭାବିଥିଲେ ବିଗବସ୍‌ ମ୍ୟାନଙ୍କ ମୃତ୍ୟୁ ହୋଇସାରିଛି, କିନ୍ତୁ ସୌଭାଗ୍ୟବଶଃତ ସେ ବଞ୍ଚିଯାଇଥିଲେ।ଏହି ମ୍ୟାଚ ଡବ୍ଲ୍ୟୁଡବ୍ଲଉ୍ୟଇ ଇତିହାସର ସବୁଠାରୁ ବିପଦପୂର୍ଣ୍ଣ ମ୍ୟାଚ ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.