Below header

୧୦ ବର୍ଷର ରିସର୍ଚ୍ଚ ପରେ ବୈଜ୍ଞାନିକମାନେ ବାହାରକଲେ ଏଭଳି ବ୍ୟାକ୍ଟେରିଆ ଯାହା କାର୍ବନ ଡାଇଅକ୍ସାଇଡ ଖାଇ ପ୍ରସ୍ତୁତ କରିବ ଚିନି

ଦୀର୍ଘ ୧୦ ବର୍ଷର ଗବେଷଣା ପରେ ବୈଜ୍ଞାନିକମାନେ ଏପରି ଏକ ବ୍ୟାକ୍ଟେରିଆ ଉଦ୍ଭାବନ କରିଛନ୍ତି ଯାହାକି କାର୍ବନ ଡାଇଅକ୍ସାଇଡ ଖାଇ ଏହାକୁ ଚିନିରେ ପରିଣତ କରିବ ଏବଂ ଏହା ବାତାବରଣକୁ ମଧ୍ୟ ଶୁଦ୍ଧ କରିବ । ବେଈଜମ୍ୟାନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଦ୍ୱାରା କରାଯାଇଥିବା ଏହି ରିସର୍ଚ୍ଚ ସେଣ୍ଟରକୁ ଦୁନିଆର ନମ୍ବର ୱାନ ରିସର୍ଚ୍ଚ ସେଣ୍ଟର ଭାବେ ପରିଗଣିତ କରାଯାଏ ।

ସୂଚନା ଅନୁଯାୟୀ ଇ-କୋଲି ବ୍ୟାକ୍ଟେରିଆକୁ ପ୍ରାୟ ଏକ ଦଶକର ଲମ୍ବା ପ୍ରକ୍ରିୟା ପରେ ଚିନିରୁ ସମ୍ପୂର୍ଣ୍ଣ ଭାବେ ହଟା ଯାଇଥିଲା । ଏହାପରେ ଇସ୍ରାଏଲର ବୈଜ୍ଞାନିକମାନେ ସେମାନଙ୍କର ରି-ପ୍ରୋଗ୍ରାମିଙ୍ଗ କରିବାରେ ସଫଳ ରହିଥିଲେ । ଯଦିଓ ଏହି ବ୍ୟାକ୍ଟେରିଆ ସୁଗାର କନଜ୍ୟୁମ କରିବା ପରେ କାର୍ବନ ଡାଇଅକ୍ସାଇଡ ପ୍ରଡ୍ୟୁସ କରିଥାନ୍ତି କିନ୍ତୁ ଏମାନଙ୍କର ରି-ପ୍ରୋଗ୍ରାମିଙ୍ଗ କରିବାପରେ ସେମାନେ କାର୍ବନ ଡାଇଅକ୍ସାଇଡ କନଜ୍ୟୁମ କରି ସୁଗାର ପ୍ରସ୍ତୁତ କରିଥାନ୍ତି । ଏଥିପାଇଁ ଏହି ବ୍ୟାକ୍ଟେରିଆମାନେ ନିଜ ଶରୀରର ନିର୍ମାଣ ପର୍ଯ୍ୟାବରଣରେ ରହିଥିବା କାର୍ବନ ଡାଇଅକ୍ସାଇଡରେ କରିବେ ଓ ପୁଣି ସୁଗାର ପ୍ରଡ୍ୟୁସ କରିବେ।

Related image

 

ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏହି ବ୍ୟାକ୍ଟେରିଆମାନେ ବାୟୁରେ ରହିଥିବା କାର୍ବନରେ ନିଜ ଶରୀରକୁ ନିର୍ମାଣ କରିଥାନ୍ତି । ଯାହାଦ୍ୱାରା ଆଶା କରାଯାଇଛି ଯେ ଆଗାମୀ ସମୟରେ ଏହି ବ୍ୟାକ୍ଟେରିଆମାନଙ୍କ ସାହାଯ୍ୟରେ ବାତାବରଣରେ ଗ୍ରୀନହାଉସ ଗ୍ୟାସର ସଂଚୟକୁ କମ କରିବା ପାଇଁ ଅନ୍ୟ ଟେକନିକ ବିକଶିତ କରିବାକୁ ସାହାଯ୍ୟ ମିଳିବ । ଯାହାଦ୍ୱାରା ଗ୍ଲୋବାଲ ୱାର୍ମିଙ୍ଗ ପାଇଁ ବଢୁଥିବା ବିପଦକୁ ରୋକା ଯାଇପାରିବ ।

Related image

ଏହି ରିସର୍ଚ୍ଚକୁ ପୁରା କରିବା ପାଇଁ ବୈଜ୍ଞାନିକମାନେ ସେହି ଜିନସକୁ ମ୍ୟାପ କରିଛନ୍ତି ଯାହା ଏହି ପ୍ରକ୍ରିୟା ପାଇଁ ବହୁତ ଜରୁରୀ ଏବଂ ସେଥିମଧ୍ୟରୁ କିଛି ନିଜ ପ୍ରୟୋଗଶାଳାରେ ବ୍ୟାକ୍ଟେରିଆର ଜିନୋମରେ ସାମିଲ କରିଥିଲେ । ତେବେ ଅକ୍ଲାନ୍ତ ପରିଶ୍ରମ ପରେ ବୈଜ୍ଞାନିକମାନେ ଏହି ବ୍ୟାକ୍ଟେରିଆକୁ ରି-ପ୍ରୋଗ୍ରାମିଙ୍ଗ କରିବାରେ ସଫଳ ରହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.