ନୂଆବର୍ଷରେ ସାରା ବିଶ୍ଵରେ ଜନ୍ମ ନେଲେ ଚାରି ଲକ୍ଷ ପିଲା, ଚୀନକୁ ପଛରେ ପକାଇ ଭାରତ ବନାଇଲା ରେକର୍ଡ

ନୂଆବର୍ଷରେ ରେକର୍ଡ ସଂଖ୍ୟାରେ ନବଜାତ ଜନ୍ମ । ଭାରତରେ ଜନ୍ମ ହୋଇଛନ୍ତି ପାଖାପାଖି ୬୭ ହଜାର ୩୮୫ ଜଣ ଶିଶୁ । ସେହିପରି ୟୁନିସେଫ୍‌ ଆକଳନ ଅନୁସାରେ ସମଗ୍ର ବିଶ୍ୱରେ ଜନ୍ମ ନେଇଛନ୍ତି ୩ ଲକ୍ଷ ୯୨ ହଜାର ୭୮ ଜଣ ଶିଶୁ । ସାରା ବିଶ୍ୱରେ ଯେତେ ଶିଶୁ ଜନ୍ମ ହୋଇଛନ୍ତି, ଭାରତ ଏବଂ ଅନ୍ୟ ସାତଟି ଦେଶରେ ତାର ପ୍ରାୟ ଅର୍ଦ୍ଧେକ ଶିଶୁ ଜନ୍ମ ହୋଇଛନ୍ତି ।

Image result for new born baby

ଗତବର୍ଷ ଜୁନ୍‌ ମାସରେ ଜାତିସଂଘ ପ୍ରକାଶିତ ବିଶ୍ୱ ଜନସଂଖ୍ୟା ରିପୋର୍ଟ ଅନୁସାରେ ୨୦୨୭ ମସିହା ସୁଦ୍ଧା ଭାରତ ଚୀନ୍‌କୁ ଟପିଯାଇ ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ହେବ । ତୃତୀୟରେ ରହିଛି ନାଇଜେରିଆ। ଏଠି ନୂଆବର୍ଷରେ ୨୦ହଜାର ୨୧୦ଜଣ ନବଜାତ ଜନ୍ମଗ୍ରହଣ କରିଛନ୍ତି। ନବବର୍ଷରେ ଜନ୍ମିତ ଶିଶୁଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୟୁନିସେଫ୍‌ ମହୋତ୍ସବ ପାଳନ କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.