Below header

ବାୟୁ ପ୍ରଦୂଷଣ ତାଲିକାରେ ଦେଶର କେଉଁ ସହର କେତେ ସ୍ଥାନରେ ରହିଛି ? ସର୍ଭେ ରିପୋର୍ଟ ଦେଲା ଗ୍ରୀନ୍‌ ପିସ୍‌ ଇଣ୍ଡିଆ

ବାୟୁ ପ୍ରଦୂଷଣ ତାଲିକାରେ ଦେଶର କେଉଁ ସହର କେତେ ସ୍ଥାନରେ ରହିଛି ? ସର୍ଭେ କରି ରିପୋର୍ଟ ଦେଇଛି ଗ୍ରୀନ୍‌ ପିସ୍‌ ଇଣ୍ଡିଆ । ସମସ୍ତଙ୍କୁ ଚକିତ କଲା ଭଳି ରିପୋର୍ଟ ସାମନାକୁ ଆସିଛି । ଦେଶରେ ସବୁଠୁ ଅଧିକ ପ୍ରଦୂଷିତ ସହର ଝାଡ଼ଖଣ୍ଡର ଝରିଆ । ଉତ୍ତରପ୍ରଦେଶରେ ଅଧିକାଂଶ ସହର ବିଷ ବଳୟରେ ଆସୁଛି । କିନ୍ତୁ ୫୦ଟି ସହର ଭିତରେ ଓଡ଼ିଶାର କାହାରି ନାଁ ନାହିଁ । ରାଜ୍ୟରେ ସବୁଠୁ ଅଧିକ ପ୍ରଦୂଷିତ ସହର ହେଉଛି ପାରାଦୀପ ।

ଦେଶରେ କେଉଁଠି ଅଧିକ ବାୟୁ ପ୍ରଦୂଷଣ ? ଏହି ପ୍ରଶ୍ନର ଉତ୍ତର ଆସିଥାଏ ଦିଲ୍ଲୀ । କିନ୍ତୁ ନା । ଦିଲ୍ଲୀର ବାୟୁ ଯଦିଓ ପ୍ରଦୂଷିତ । କିନ୍ତୁ ତାଠୁ ଅଧିକ ପ୍ରଦୂଷିତ ସହର ଝାଡ଼ଖଣ୍ଡର ଝରିଆ । ଏହି ରିପୋର୍ଟ ଦେଇଛି ଗ୍ରୀନ୍‌ ପିସ୍‌ ଇଣ୍ଡିଆ । ବାୟୁ ପ୍ରଦୂଷଣ ଯୋଗୁ ବିଧ୍ୱଂସକାରୀ ସ୍ଥିତି ଉପୁଜିପାରେ, ସେ ବାବଦରେ ଏହି ରିପୋର୍ଟ ଚେତେଇବାକୁ ଚାହିଁଛି । ରିପୋର୍ଟର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛି ଝାଡ଼ଖଣ୍ଡର ଝରିଆ ଓ ଧାନବାଦ । ପ୍ରଥମ ଦଶଟି ସ୍ଥାନରେ ଉତ୍ତରପ୍ରଦେଶର ରହିଛି କେବଳ ୬ଟି ସହର । ଦିଲ୍ଲୀର ର‍୍ୟାଙ୍କ ଦଶମ । ମୋଟ୍‌ ୨୮୭ଟି ସହରକୁ ନେଇ ସର୍ଭେ କରାଯାଇଥିଲା ।

ଓଡ଼ିଶାରେ ବାୟୁ ପ୍ରଦୂଷଣ ମାତ୍ରା ବି କିଛି କମ୍‌ ନୁହେଁ । କଳକାରଖାନା, ମାତ୍ରାଧିକ ଗାଡ଼ି ଚଳାଚଳରୁ ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେଉଛି । ଗ୍ରୀନ୍‌ ପିସ ଇଣ୍ଡିଆ ରିପୋର୍ଟରେ ଓଡ଼ିଶାର ବାୟୁ ପ୍ରଦୂଷଣ ଯଦିଓ ଚିନ୍ତାଜନକ ନୁହେଁ, କିନ୍ତୁ ସ୍ଥିତି ଉଦବେଗଜନକ । ୫୦ଟି ସହର ଭିତରେ ଓଡ଼ିଶାର କୌଣସି ସହର ନାଁ ନାହିଁ । ରାଜ୍ୟରେ ସବୁଠୁ ଅଧିକ ପ୍ରଦୂଷିତ ସହର ପାରଦୀପ । ଗ୍ରୀନ୍‌ ପିସ୍‌ର ତାଲିକାରେ ପାରାଦୀପର ର‍୍ୟାଙ୍କ ୭୯ ନମ୍ବର । ଯାଜପୁର କଳିଙ୍ଗନଗର ୮୪ତମ ସ୍ଥାନରେ ଥିବା ବେଳେ ୮୫ରେ ରାଉରକେଲା, ୮୮ରେ କଟକ, ୯୩ତମ ସ୍ଥାନରେ ଅଛି ତାଳଚେର । ଅର୍ଥାତ୍‌ ଶହେ ଭିତରେ ଓଡ଼ିଶାର ୫ଟି ସହର ଆସୁଛି । ୧୦୧ତମ ସ୍ଥାନରେ ଝାରସୁଗୁଡ଼ା, ଅନୁଗୁଳ ୧୨୩, ବଣାଇ ୧୨୫, ଭୁବନେଶ୍ୱର ୧୨୬, ପୁରୀ ୧୪୫, ବାଲେଶ୍ୱର ୧୫୮ତମ ସ୍ଥାନରେ ରହିଛି । ସମ୍ବଲପୁର ର‍୍ୟାଙ୍କ ୧୬୦, କୋଣାର୍କ ୧୭୮, ବ୍ରହ୍ମପୁର ୨୨୨ତମ ସ୍ଥାନରେ ରହିଥିବା ବେଳେ ତଲେିକାରେ ରାୟଗଡ଼ା ରହିଛି ୨୨୭ ନମ୍ବରରେ ।

ବାୟୁ ପ୍ରଦୂଷଣ ରୋକିବାକୁ ଗତବର୍ଷ କେନ୍ଦ୍ର ସରକାର ନ୍ୟାସନାଲ୍‌ କ୍ଲିନ୍‌ ଏୟାର ପ୍ରୋଗ୍ରାମ ଆରମ୍ଭ କରିଛନ୍ତି । ପ୍ରସ୍ତୁତ ହୋଇଛି ପାଞ୍ଚ ବର୍ଷିଆ ଆକ୍ସନ ପ୍ଲାନ୍‌ । ଆସନ୍ତା ୨୦୨୪ ସୁଦ୍ଧା ପ୍ରଦୂଷଣ ବଳୟକୁ PM 10JG PM 2.5କୁ ହ୍ରାସ ପାଇଁ ଲକ୍ଷ୍ୟ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.