ଯାଜପୁର ଜିଲ୍ଲା ସଦର ମହକୁମାରେ ସିଏଏ ସମର୍ଥନରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା

ଯାଜପୁର ଟାଉନ: ଯାଜପୁର ଜିଲ୍ଲା ସଦର ମହକୁମାରେ ସିଏଏ ସମର୍ଥନରେ ବିଜେପିର ବିଶାଳ ଜନ ଜାଗରଣ ଶୋଭାଯାତ୍ରା। ଜିଲା ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଶୋଭାଯାତ୍ରାରେ ସହର ପରିକ୍ରମା କଲେ ସହସ୍ରାଧିକ ବିଜେପି କର୍ମୀ ଓ କାର‌୍ୟ୍ୟକର୍ତ୍ତା । ଏଥିରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ପ୍ରମୁଖ ସାମିଲ ହୋଇ ସିଏଏ ସପକ୍ଷରେ ଲୋକଙ୍କୁ ସଚେତନ କରିଥିଲେ। ସିଏଏ ଦେଶର କୌଣସି ସଂଖ୍ୟାଲଘୁ ନାଗରିକଙ୍କୁ ନାଗରିକତ୍ଵରୁ ବଞ୍ଚିତ କରିବା ପାଇଁ ନୁହେଁ। ବରଂ ବିଦେଶରୁ ନିର୍ଯ୍ୟାତନାର ଶୀକାର ହୋଇ ଦେଶରେ ଶରଣାର୍ଥୀ ଭାବରେ ବସବାସ କରୁଥିବା ବ୍ୟକ୍ତି ବା ପରିବାରଙ୍କୁ ଏହା ନାଗରିକତ୍ଵ ପ୍ରଦାନ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ବିଜେପି ନେତା ମାନେ ମନ୍ତବ୍ୟ ଦେଇଥିଲେ । କଂଗ୍ରେସ ଏହାକୁ ନେଇ ସଂଖ୍ୟାଲଘୁ ଭାଇ ମାନଙ୍କ ମଧ୍ୟରେ ଅପପ୍ରଚାର କରୁଛି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଏବଂ ନିନ୍ଦନୀୟ ବୋଲି କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲା ବିଜେପିର ବହୁ ସଂଖ୍ୟାରେ ନେତା ଓ କର୍ମୀ ସାମିଲ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.