Below header

ଏଠାରେ ରହିଛି ଏସିଆର ସବୁଠୁ ବଡ଼ ପୁମ୍ପୁଡ଼ି କଲୋନୀ, ଦେଢ଼ ଶହ ବିଘା ଜମିରେ ରହିଛି କୋଟି କୋଟି ପିମ୍ପୁଡ଼ି

ଜାଲୋର : ଆପଣମାନେ କେଉଁଠି ସବୁଠୁ ବଡ଼ ମହଲ, ପରିବାର କିମ୍ବା କଲୋନୀ ଦେଖିଥିବେ । ହେଲେ ପିମ୍ପୁଡ଼ିଙ୍କର ସବୁଠୁ ବଡ଼ କଲୋନୀ କେଉଁଠି ଥିବାର ଜାଣି ନଥିବେ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିମ୍ପୁଡ଼ିଙ୍କର ସବୁଠୁ ବଡ଼ କଲୋନୀ ରହିଛି ରାଜସ୍ଥାନର ନିମ୍ବାବାସ ର କିଡ଼ି ନଗରରେ । ଏହା ଏସିଆର ସବୁଠୁ ବଡ଼ ପିମ୍ପୁଡି କଲୋନୀ ବୋଲି କୁହାଯାଏ । ଏଠାରେ ସମ୍ଭବତଃ କୋଟି କୋଟି ସଂଖ୍ୟାରେ ପିମ୍ପୁଡ଼ି ରୁହନ୍ତି । ଦେଢ଼ ଶହ ବିଘା ଜମି ଉପରେ ରହିଛି ପିମ୍ପୁଡ଼ିଙ୍କର ଏହି ଘର । ଏଠାରେ ପ୍ରତିଦିନ ୪ କ୍ୱିଣ୍ଟାଲ ଦାନା ଦିଆଯାଏ ।

ଜାଲୋର ର ଭୀନମାଲ କସବେ ଠାରୁ ୧୩ କିଲୋମିଟର ଦୂର ଏକ ଗାଁ ନିମ୍ବାବାସ ବାହାରେ ରହିଛି ପିମ୍ପୁଡ଼ିଙ୍କର ଏହି କଲୋନୀ । କୀଟ ନଗର କୁହାଯାଉଥିବା ଏହି ଗାଁ ସହ ଲୋକଙ୍କର ରହିଛି ବହୁତ ଦୁର୍ବଳତା । ଗ୍ରାମର ଭାମାଶାହୋ ଏଠାରେ ପିମ୍ପୁଡ଼ିଙ୍କ ପାଇଁ ଖାସ ବନ୍ଦୋବସ୍ତ କରିଛନ୍ତି ।

ant coloney
p.c : aajtak.in

ଦେଢ଼ ଶହ ବିଘା ଜମିରେ କେବଳ ରୁହନ୍ତି ପିମ୍ପୁଡ଼ି

ନିମ୍ବବାସର ଏହି ପିମ୍ପୁଡ଼ି ନଗର ଚାରି ପାଖରେ ପିମ୍ପୁଡ଼ିଙ୍କ ସୁରକ୍ଷା ପାଇଁ ତାରବାଡ଼ ବି ଦିଆଯାଇଛି । ଯେପରି ଏଠାରେ ପିମ୍ପୁଡ଼ିଙ୍କ ଖାଦ୍ୟ ପାଇଁ ଦିଆଯାଇଥିବା ନଡ଼ିଆ, ଶସ୍ୟ, ଚିନି, ଦଲିଆ ଓ ବିସ୍କୁଟ ଆଦି ସାମଗ୍ରୀ ଖାଇବା ପାଇଁ ଅନ୍ୟ ପଶୁ ନ ପଶି ପାରନ୍ତି । ପିମ୍ପୁଡ଼ିଙ୍କୁ ଦାନା ଦେବା ପାଇଁ ପ୍ରତି ପୂର୍ଣ୍ଣିମା ଓ ଅମାବାସ୍ୟାରେ ଏଠାରେ ମହିଳାଙ୍କର ମେଳା ଜମେ । ଏଠାରେ ପିମ୍ପୁଡ଼ିଙ୍କୁ ଦାନା ଦେବା ପାଇଁ କେବଳ ଆଖ ପାଖ ଅଞ୍ଚଳରୁ ମଧ୍ୟ ଲୋକେ ପହଞ୍ଚନ୍ତି । ସକାଳୁ ସନ୍ଧ୍ୟା ଯାଏ ଲୋକେ ଏଠାରେ ଦାନା ଦେଉଥିବାର ଦେଖିବାକୁ ପାଇବେ । ଏଠାରେ ପ୍ରତିଦିନ ଅତି କମରେ ୪ କ୍ୱିଣ୍ଟାଲ ଦାନା ପିମ୍ପୁଡ଼ିଙ୍କୁ ଦିଆଯାଇଥାଏ । ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଏ ।

ବର୍ଷ ବର୍ଷ ଧରି ଚାଲିଛି ଏହି କାର୍ଯ୍ୟ

ପିମ୍ପୁଡ଼ି ନଗରକୁ ଖାଦ୍ୟ ନେଇ କରି ଆସିବା ଏହି କାର୍ଯ୍ୟକ୍ରମ ବର୍ଷ ବର୍ଷ ଧରି ଚାଲି ଆସିଛି । ଏହାଛଡ଼ା ଭୀନମାଲ ର ଭାମାଶାହ ନାହାର ପରିବାର ଓ ଲୁକଡ଼ ପରିବାର ପ୍ରତି ୧୫ ଦିନରେ ପିମ୍ପୁଡ଼ିଙ୍କ ପାଇଁ ଖାଦ୍ୟ ପଠାଇଥାନ୍ତି । ଏହାଛଡ଼ା ପୂର୍ଣ୍ଣିମା ଓ ଅମାବାସ୍ୟାରେ ଖାଦ୍ୟ ମଧ୍ୟ ଠୁଳ ହୋଇଯାଏ । ଏହିପରି ପ୍ରତିବର୍ଷ ପିମ୍ପୁଡ଼ିଙ୍କ ପାଇଁ ଖାଦ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଥାଏ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କୁହାଯାଏ ପିମ୍ପୁଡ଼ିଙ୍କୁ ଖାଦ୍ୟ ଦେଲେ ଦୁଃଖ ଦୁର ହୋଇ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ସେଥିପାଇଁ ବହୁ ଦୂରରୁ ମଧ୍ୟ ଏହି ପିମ୍ପୁଡ଼ି କଲୋନୀକୁ ଲୋକେ ପିମ୍ପୁଡ଼ିଙ୍କୁ ଖାଦ୍ୟ ଦେବା ପାଇଁ ଆସିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.