‘MBA ଫେଲ୍‌ କଚୁଡ଼ିବାଲା’, ହଠାତ୍‌ ସୋସିଆଲ ମିଡିଆରେ ସେନ୍‌ସେସନ୍‌ ବନିଗଲେ ଏହି ଯୁବକ; ଜାଣନ୍ତୁ କାହିଁକି

ବର୍ତ୍ତମାନ ଚାକିରିର ଏତେ ଅଭାବ ଯେ ଉଚ୍ଚ ଶିକ୍ଷିତ ଯୁବକମାନେ ମଧ୍ୟ ରାସ୍ତାକୁ ଆସି ନିଜ ବ୍ୟବସାୟ ଆରମ୍ଭ କଲେଣି। ସେଭଳି ଜଣେ ଯୁବକ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଉତ୍ତର ପ୍ରଦେଶର ଫରିଦାବାଦରେ ଏମ୍‌ବିଏ ଫେଲ୍‌ ହୋଇଥିବା ଜଣେ ଯୁବକ କଚୁଡ଼ି ଠେଲା ଗାଡ଼ି ଲଗାଇ ରାତାରାତି ଭାଇରାଲ ବୟ ପାଲଟି ଯାଇଛନ୍ତି। ଏହି ଯୁବକ କଚୁଡ଼ି ଠେଲାରୁ ହେଉଥିବା ରୋଜଗାରରେ ହିଁ ପରିବାର ପ୍ରତିପୋଷଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରେରିତ ହୋଇ ସେ ଏଭଳି ଠେଲା ଲଗାଇଥିବା ଯୁବକ ଜଣକ କହିଛନ୍ତି। ତାଙ୍କ କହିବାନୁସାରେ, ଯଦି ଦୋକାନ ଯୋଗୁ ତାଙ୍କ ରୋଜଗାର ବଢ଼ିଲା, ତେବେ ସେ ପୁଣିଥରେ ଏମ୍‌ବିଏ କରିବେ। ସୋସିଆଲ ମିଡିଆରେ ଏହି ଯୁବକ ଏବେ ବେଶ୍‌ ଭାଇରାଲ ହେଉଛନ୍ତି।


ଉତ୍ତର ପ୍ରଦେଶର ଫରୁଖାବାଦରେ କଚୁଡ଼ି ବିକ୍ରି କରୁଥିବା ଏହି ଯୁବକଙ୍କ ନାଁ ହେଉଛି ସତ୍ୟମ୍‌ ମିଶ୍ର। ସତ୍ୟମ୍‌ଙ୍କର ଏହି କଚୁଡ଼ି ଦୋକାନ ମଧ୍ୟ ଅନ୍ୟ ଠେଲା ଠାରୁ ଖୁବ୍‌ ଭିନ୍ନ। ସତ୍ୟମ୍‌ ଏହି ଦୋକନା ନାଁ ଏମ୍‌ବିଏ ଫେଲ୍‌ କଚୁଡ଼ି ବାଲା ରଖିଛନ୍ତି। ଏହାର କାରଣ ନେଇ ସେ କହିଛନ୍ତି ଯେ ସେ ଏମ୍‌ବିଏରେ ଅକୃତ କାର୍ଯ୍ୟ ହୋଇଥିଲେ। ଏଣୁ ଦୋକାନ ନାଁ ଏମ୍‌ବିଏ ଫେଲ୍‌ ରଖିଛନ୍ତି।

କାହିଁକି ଆରମ୍ଭ କଲେ ଏହି ବେପାର?

ସତ୍ୟମ୍‌ କହିଛନ୍ତି, ତାଙ୍କ ଆର୍ଥିକ ସ୍ଥିତି ଏତେଟା ଭଲ ନାହିଁ। ପାରିବାରିକ ବୋଝ ଯୋଗୁ ସେ ଏହି କାମ ଆରମ୍ଭ କରିଛନ୍ତି। ସତ୍ୟମ୍‌ ମିଶ୍ର ଏମ୍‌ବିଏ ପ୍ରଥମ ସେମିଷ୍ଟାରରେ ଫିସ୍‌ ଦେଇ ନ ପାରିବାରୁ ଫେଲ୍‌ ହୋଇଛନ୍ତି। ତାଙ୍କ ପଢ଼ା ବୋଝ ସହ ଆର୍ଥିକ ସମସ୍ୟା ଥିଲା। ଏଣୁ ସେ ପାଠକୁ ଛାଡ଼ି କଚୁଡ଼ି ବିକ୍ରି କରିବାକୁ ସ୍ଥିର କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରେରଣା ପାଇ ସତ୍ୟମ୍‌ ଏହି କାମ କରୁଛନ୍ତି ବୋଲି କହିଛନ୍ତି। ଆର୍ଥିକ ସ୍ଥିତି ଟିକେ ଭଲ ହୋଇଗଲେ ସେ ପୁଣିଥରେ ଏମ୍‌ବିଏ କରିବେ ବୋଲି କହିଛନ୍ତି ସତ୍ୟମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.