ଜାନୁଆରୀରେ ଆସୁଛି କରୋନାର ତୃତୀୟ ଲହର, ସାବଧାନ ରହିବା ନିହାତି ଜରୁରୀ: ଆଇଆଇଟି ପ୍ରଫେସର କାନପୁର

କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ ସାମନାକୁ ଆସିବା ପରେ ଦୁନିଆରେ ପୁଣିଥରେ ଭୟର ବାତାବାରଣ ଖେଳିଯାଇଛି । ଆଉ ଏହି ସମୟରେ ଆଇଆଇଟି କାନପୁର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ନିଜ ଷ୍ଟଡି ଆଧାରରେ ଦାବି କରିଛନ୍ତି କି ତୃତୀୟ ଲହର ଜାନୁଆରୀରେ ଆରମ୍ଭ ହୋଇଯିବ । ସେ ଆହୁରି ବି କହିଛନ୍ତି କି କରୋନା ଠାରୁ ସାବଧାନ ରହିବା ନିହାତି ଆବଶ୍ୟକ କାରଣ ଏହି ଭାରିଏଣ୍ଟ ବହୁତ ଶୀଘ୍ର ବ୍ୟାପୁଛି ।

ଅଗ୍ରୱାଲ କହିଛନ୍ତି କି କରୋନା ତୃତୀୟ ଲହର ଜାନୁଆରୀରୁ ହିଁ ଆରମ୍ଭ ହୋଇୟାଉଛି । ଫେବୃୟୀରୀରେ ଏହା ପିକରେ ରହିବ । କିନ୍ତୁ ଏହା ଏତେ କ୍ଷତି କରିବନାହିଁ । ତେଣୁ ଚିନ୍ତା ବେଶୀ କରିବାର ଆବଶ୍ୟକତା ନାହିଁ । ସେ କହିଛନ୍ତି କମ ସମୟର ଲକଡାଉନ କଲେ ଠିକ୍‌ ରହିବ । ଆଇଆଇଟି କାନପୁରର କମ୍ପ୍ୟୁଟର ସାଇନ୍ସ ଇଣ୍ଜିନିୟରିଂ ବିଭାଗର ଫ୍ୟାକ୍ଲଟି ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କମ୍ପୁଟର ମଣ୍ଡଳ ସୂତ୍ରର ସାହାଯ୍ୟରେ ପ୍ରଥମ ଓ ଦ୍ୱିତୀୟ ଲହରର ମଧ୍ୟ ପୂର୍ବାନୁମାନ କରିଥିଲେ । ଏବଂ ସେହି ଆଧାରରେ ତୃତୀୟ ଲହର ଜାନୁଆରୀରେ ଆସିବା ଓ ଏହି ଲହରର ତୀବ୍ର ସଂକ୍ରମଣ ସମୟ ଫେବୃୟାରୀରେ ବେଶୀ ସମ୍ଭାବନା ରହୁଥିବା ଅନୁମାନ ଲଗାଇଛନ୍ତି ।

ଯେଉଁ ସମୟରେ ଏହି ସଂକ୍ରମଣ ତୀବ୍ର ରହିବ ସେହି ସମୟରେ ୧ଲକ୍ଷରୁ ଦେଢ ଲକ୍ଷ ସଂକ୍ରମିତଙ୍କ ସମ୍ଭାବନା ଅଧିକ ହୋଇପାରେ ବୋଲି କହିବା ସହ ଏହି ଭାଇରସ ନାଚୁରାଲ ଇମ୍ୟୁନିଟିକୁ ବାଇପାସ କରିପାରିବ ନାହିଁ । ଅର୍ଥାତ ଯାହାକୁ ଥରେ କରୋନା ହୋଇଛି ସେମାନେ ବେଶୀ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଯେମିତି ଡେଲ୍ଟା ଭାରିଏଣ୍ଟ ସମୟରେ ହାଲକା ଲକଡାଉନ କରାଯାଇଥିଲା ସେହିଭଳି ବର୍ତ୍ତମାନ ହାଲକା ଲକଡାଉନର ଆବଶ୍ୟକତା ରହିଛି ।

କହିରଖୁଛୁ କି ଆଇଆଇଟି କାନପୁରରେ କରୋନାର ୩ଟି ମାମଲା ସାମନାକୁ ଆସିଛି । ୨ଆଇଆଇଟି କ୍ୟାମ୍ପସର, ଆଉ ଜଣେ ମହିଳା ଆଜାଦ ନଗରରେ ରହନ୍ତି । ସମସ୍ତଙ୍କ ସ୍ୟାମ୍ପଲ କେଜିଏମୟୁ ଲକ୍ଷ୍ନୌକୁ ପଠାଯାଇଛି । ବର୍ତ୍ତମାନ ସହରରେ ଆକ୍ଟିଭ କେସ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ସିଏମ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ୟୁପିର ସବୁ ସୀମାରେ ସତର୍କତା ଜାରି କରାଯାଇଛି । ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ହସ୍ପିଟାଲରେ ଜିନୋମ ସିକ୍ୟେନ୍ସିର ଟେଷ୍ଟିଂ ହାରକୁ ବଢାଇ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.