Below header

ଖୁସିମନରେ ପହଁରୁଥିଲା ୧୬ ଫୁଟିଆ କୁମ୍ଭୀର, ଅଚାନକ ସାମ୍ନାକୁ ଚାଲି ଆସିଲା ସାର୍କ; ଭିଡିଓରେ ଦେଖନ୍ତୁ ତା’ପରେ କ’ଣ ହେଲା

ସୋସିଆଲ ମିଡିଆରେ ଏକ ଛାତିଥରା ଭିଡିଓ ଏବେ ବେଶ୍‌ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଅଷ୍ଟ୍ରେଲିଆରେ ଏକ ବିରାଟ କୁମ୍ଭୀର ସାମ୍ନାକୁ ଏକ ବୁଲ୍‌ ସାର୍କ ଚାଲି ଆସୁଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ ଚାଲ୍ସି ଓ ବ୍ରାୟନ୍‌ କୁନୁନୁର୍ରା ନାମକ ଦୁଇ ଧୀବର ଇବାନହୋ କ୍ରସିଂ ପାଖରେ ମାଛ ଧରୁଥିଲେ। ଏହି ସମୟରେ ସେମାନେ ସମୁଦ୍ର ଭିତରେ କ’ଣ ଘଟୁଛି, ତାହା ଦେଖିବାକୁ ଚାହିଁଥିଲେ। ଏଣୁ ଡ୍ରୋନ୍‌ କ୍ୟାମେରାରେ ସୁଟିଂ ଆରମ୍ଭ କରିଥିଲେ। ସେମାନେ ହିଁ ଏହି ଭିଡିଓକୁ ସେୟାର କରିଛନ୍ତି।

ସେ ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପାଣି ଭିତରେ ଏକ ୧୬ ଫୁଟିଆ କୁମ୍ଭୀର ପହଁରୁଥିବା ଦେଖିବାକୁ ପାଇଥିଲେ। ସେମାନେ ଦେଖିଲେ ଯେ କୁମ୍ଭୀର ପାଣିରେ ପହଁରୁଥିବା ବେଳେ ହଠାତ୍‌ ତା’ ସାମ୍ନାକୁ ଏକ ବୁଲ୍‌ ସାର୍କ ଚାଲିଆସିଥିଲା। ଉଭୟେ ଉଭୟଙ୍କୁ ଦେଖି ଆକ୍ରମଣ କରିବାକୁ ଆଗେଇ ଆସିଥିଲେ। କିନ୍ତୁ କ’ଣ ହେଲା କେଜାଣି ସାର୍କଟି ବାଟ ଭାଙ୍ଗି ଚାଲିଯାଇଥିଲା। କୁମ୍ଭୀର ମଧ୍ୟ ପଛରେ କିଛି ସମୟ ତାକୁ ନିରୀକ୍ଷଣ କଲା ପରେ ସେ ବି ଆଗକୁ ବଢ଼ିଥିଲା।

Video Courtesy: Caravan Adventure Aus

ଏହି ଭିଡିଓକୁ ୟୁଟ୍ୟୁବ୍‌ରେ Caravan Adventure Aus ସେୟାର କରିଛନ୍ତି। ଏବେ ଯାଏଁ ଭିଡିଓକୁ ୩.୬ ଲକ୍ଷ ଲୋକ ଦେଖିସାରିଲେଣି। ଭିଡିଓରେ ଜଣେ ବ୍ୟକ୍ତି କମେଣ୍ଟ କରି ଲେଖିଛନ୍ତି ‘ସାର୍କ ବୁଦ୍ଧିମାନର କାମ କଲା, ନଚେତ୍‌ କୁମ୍ଭୀରର ଆକାର ଦେଖି ଲାଗୁଛି ସେ ସାର୍କକୁ ମାରି ଦେଇଥାନ୍ତା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.