ଯାତ୍ରୀବାହୀ ବସ୍‌କୁ ଗୁଳିମାଡ ଘଟଣା: ସାହସିକତାର ପରିଚୟ ଦେଲେ ଏସ୍‌ଏସ୍‌ବି ଯବାନ, ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତଙ୍କ ଠାରୁ ଛଡାଇ ଆଣିଥିଲେ ବନ୍ଧୁକ

ଢେଙ୍କାନାଳ: ସାହସିକତା ଦେଖାଇଲେ, ପ୍ରଶଂସା ପାଇଲେ । କେନ୍ଦୁଝର ଦ୍ୱିତୀୟ ଏସ୍‌ଏସ୍‌ବି ବାଟାଲିଅନ୍‌ର ଯବାନ ହିମାଂଶୁ ଶେଖର ପାତ୍ରଙ୍କୁ ପ୍ରଶଂସା କରିଛନ୍ତି ଆଇଜି ଅପରେସନ୍‌ ଅମିତାଭ ଠାକୁର । ଗୁଳିମାଡ ବେଳେ ଦୁର୍ବୃତ୍ତଙ୍କ ନିକଟରୁ ଫିଲ୍ମ ଷ୍ଟାଇଲରେ ବନ୍ଧୁକ ଛଡାଇ ଆଣିଥିଲେ ହିମାଂଶୁ । ଗତକାଲି ରାତିରେ ଢେଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ ବ୍ରିଜ୍‌ ଉପରେ ଓଭରଟେକକୁ ନେଇ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳିମାଡ ହୋଇଥିଲା ।

  କଟକରୁ ଭୁବନ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ଉପରକୁ ଗୁଳି ମାଡ଼ କରାଯାଇଛି । ବସଟିକୁ କପିଳାସ ନିକଟରେ ଦୁଇ ଜଣ ଯୁବକ ଓ ଜଣେ ଯୁବତୀ ବାଇକ ଯୋଗେ ଓଭରଟେକ କରିଥିଲେ । ଏପରିକି ଚାରି ପାଞ୍ଚ ଥର ବସର ଡ୍ରାଇଭର ଦୁର୍ଯ୍ୟୋଧନ ସ୍ୱାଇଁଙ୍କ ସହିତ ବାରମ୍ବାର ଓଭରଟେକକୁ ନେଇ ସେମାନଙ୍କର ଗାଳିଗୁଲଜ ହୋଇଥିଲା ।

ବାଜିରାଉତ ସେତୁ ନୀଳକଣ୍ଠପୁର ଗ୍ରାମ ଛକରେ ବସକୁ ଅଟକାଇ ସାଥୀ ଯୁବତୀଙ୍କ ଭ୍ୟାନିଟରୁ ବନ୍ଧୁକ କାଢି ଡ୍ରାଇଭର ଉପରକୁ ଗୁଳି ଚାଳନା କରିଥିଲେ । ଏହି ସମୟରେ ବସ୍‌ରେ ଯାଉଥିଲେ ଏସ୍‌ଏସ୍‌ବି ଯବାନ ହିମାଂଶୁ ଶେଖର । ଗୁଳିମାଡ ହେଉଥିବା ଦେଖି ଯବାନ ଜଣଙ୍କ ବସ୍‌ରୁ ଓହ୍ଲାଇ ଯୁବକଙ୍କ ନିକଟରୁ ବନ୍ଧୁକ ଛଡାଇ ଆଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.