Below header

ଆୟୁର୍ବେଦିକ ଡାକ୍ତରୀ ଛାତ୍ର ଅକ୍ଷୟ, ହର୍ବାଲ ଗାର୍ଡେନ କରି ଲୋକଙ୍କୁ ମାଗଣାରେ କରୁଛନ୍ତି ଚିକିତ୍ସା

ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦର ରହିଛି ବିଶେଷଗୁରୁତ୍ୱ । ନିଜ ଆଖପାଖ କିମ୍ବା ବାଡି ବଗିଚାରେ ମିଳୁଥିବା ଗୁଳ୍ମ,ଗଛ ଲତାର ପତ୍ର,ମୂଳ,ପଂଳକୁ ବ୍ୟବହାର କରି ଅନେକ ଦୂରାରୋଗ୍ୟକୁ ଚିକିତ୍ସା କରାଯାଇପାରିବ । ଏଭଳି ଚିକିତ୍ସା ସେବା ଯୋଗାଇ ଦେଇ ଚର୍ଚ୍ଚାରେ ଯାଜପୁର ଜିଲା ଅରେଇ ଗାଁର ଅକ୍ଷୟ କୁମାର ନାୟକ । ଯିଏ ନିଜ ଘରର ଛାତ ଉପରେ ଏକ ହର୍ବାଲ ଗାର୍ଡେନ କରି ବିଭିନ୍ନ ପ୍ରକାରର ଔଷଧିୟ ବୃକ୍ଷ ଓ ଗୁଳ୍ମ ଲଗାଇ ଲୋକଙ୍କୁ ମାଗଣା ଚିକିତ୍ସା କରୁଛନ୍ତି। ବର୍ତମାନ କୋରୋନା ସମୟରେ ଏକ ସ୍ୱତନ୍ତ୍ର କାଢ଼ା ପ୍ରସ୍ତୁତ ସାମଗ୍ରୀ ବଂଟନ କରି କୋରୋନା ଠାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ଏହି ଆୟୁର୍ବେଦିକ ଡାକ୍ତରୀ ଛାତ୍ର ।

ayurvedକୌଣସି ଦୂରାରୋଗ୍ୟ ଚିକିତ୍ସା ପାଇଁ କେବଳ ଅର୍ଥ ନୁହେଁ ବରଂ ସ୍ୱଳ୍ପ କିମ୍ବା ସଂପୁର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଇପାରିବ । ନିଜ ବାଡି ବଗିଚାରେ ମିଳୁଥିବା ଔଷଧୀୟ ବୃକ୍ଷ କିମ୍ବା ଗୁଳ୍ମ ବ୍ୟବହାର କରି ଲୋକଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି ଅରେଇ ଗାଁର ଡାକ୍ତରୀ ଛାତ୍ର ଅକ୍ଷୟ କୁମାର ନାୟକ । ଅକ୍ଷୟ ପୁରୀ ଆୟୁର୍ବେଦିକ ମହାବିଦ୍ୟାଳୟରେ ପାଠ ପଢ଼ୁଛନ୍ତି । ସେ ପାଠ ପଢ଼ିବା ସହିତ ନିଜ ଘର ଛାତ ଉପରେ ତିଆରି କରିଛନ୍ତି ଏକ ହର୍ବାଲ ଗାର୍ଡେନ । ଯେଉଁଠି ରହିଛି ନାନା ପ୍ରଜାତିର ଔଷଧୀୟ ବୃକ୍ଷ । ଯାହାକୁ ବ୍ୟବହାର କରି ଆଖାପାଖ ଲୋକଙ୍କର ଚିକିତ୍ସା ବିନା ମୂଲ୍ୟରେ ଯୋଗାଇ ଦେଉଛନ୍ତି । ତାଙ୍କର ଏଭଳି ପଦକ୍ଷେପକୁ ପରିବାର ଲୋକେ ମଧ୍ୟ ବେଶ ସମର୍ଥନ କରୁଛନ୍ତି ।

akhayaaଅକ୍ଷୟଙ୍କର ପାଠ ପଢ଼ିବା ଦିନଠାରୁ ସମାଜସେବା ନେଇ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଥିଲା । ସେଥିପାଇଁ ଆର‌୍ୟୁବେଦ ଶିକ୍ଷାକରିବା ପରଠାରୁ ଏହାର ବ୍ୟବହାର କରିବା ମାଧ୍ୟମରେ ସମାଜସେବା କରିବାକୁ ଆଗେଇ ଆସିଛନ୍ତି ଅକ୍ଷୟ । ନିଜ ହର୍ବାଲ ଗାର୍ଡେନରେ ରହିଥିବା ଔଷଧୀୟ ବୃକ୍ଷକୁ ବ୍ୟବହାର କରି ପ୍ରତିଦିନ ଲୋକଙ୍କର ଚିକିତ୍ସା କରିଥାନ୍ତି । ବର୍ତମାନ କୋରୋନା ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ ଚିନ୍ତିତ ଥିବା ବେଳେ ସେ ଏକ ସ୍ୱତନ୍ତ୍ର କାଢ଼ା ପ୍ରସ୍ତୁତ କରି ପାନ କରିବାକୁ ପରାମର୍ଶ ଦେଇଛନ୍ତି । ଏପରିକି କାଢ଼ା ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀକୁ ମଧ୍ୟ ଲୋକଙ୍କୁ ବାଂଟି କୋରୋନା ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଉଛନ୍ତି । ପ୍ରତିଦିନ ଆଖପାଖ ଲୋକେ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଅକ୍ଷୟଙ୍କ ପାଖକୁ ଆସିଥାନ୍ତି । ଯେଉଁମାନଙ୍କୁ ସେ ବିନା ମୂଲ୍ୟରେ ଔଷଧ ଯୋଗାଇ ଦେଇଥାନ୍ତି । ଅକ୍ଷୟଙ୍କ ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ବାସୀନ୍ଦା ଗର୍ବ ଅନୁଭବ କରୁଛନ୍ତି । ସମାଜସେବା କ୍ଷେତ୍ରରେ ଡାକ୍ତରୀ ଛାତ୍ର ଅକ୍ଷୟଙ୍କ ଏଭଳି ଉଦ୍ୟମ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ହେବ ନିଶ୍ଚୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.