ଅଙ୍ଗଦାନ କରିବେ ବଲିଉଡର ଚକୋଲେଟ ହିରୋ “ରଣବୀର କପୁର”

ବଲିଉଡ ଅଭିନେତା ତଥା ନିତୁ ଓ ରୁଷି କପୁରଙ୍କ ଗେଲ୍ହା ପୁଅ ରଣବୀର କପୁର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୨୭ ତାରିଖ ଶୁକ୍ରବାର ଦେଶବ୍ୟାପୀ ପାଳିତ ହୋଇଥିବା “ନ୍ୟାସନାଲ ଅରଗାନ ଡୋନେସନ ଡ଼େ” ରେ ଏହି ନିଷ୍ପତ୍ତି ନେଇଛନ୍ତି ବଲିଉଡର ଚକୋଲେଟ ବୟ । ସେ ନିଜ ଅଙ୍ଗଦାନ କରିବା ନେଇ ଶପଥ ନେଇଛନ୍ତି । ସୂଚନାଯୋଗ୍ୟ କି “ଅମର ଗାନ୍ଧୀ ଫାଉଣ୍ଡେସନ” ଦ୍ୱାରା ଆୟୋଜିତ ହୋଇଥିବା ଏକ ଉତ୍ସବରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରଣବୀର କପୁର । ଏହି ଅବସରରେ କହିଛନ୍ତି, ” ମୁଁ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛି । ମୋର ଏହି ପଦକ୍ଷେପ ନିଶ୍ଚିନ୍ତ ରୂପେ ଏକାଧିକ ଲୋକଙ୍କ ଜୀବନ ବଦଳେଇ ଦେଇ ପାରିବ ।”

ଅନ୍ୟପକ୍ଷରେ ରଣବୀରଙ୍କ ଏହି ନିଷ୍ପତ୍ତିକୁ ନେଇ ତାଙ୍କ ଗାର୍ଲଫ୍ରେଣ୍ଡ ଆଲିୟା ଭଟ ମତ ରଖିଛନ୍ତିକି, “ଅଙ୍ଗଦାନକୁ ନେଇ ସାଧାରଣ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ନିହାତି ଜରୁରୀ । ଯାହା ଦ୍ୱାରା ସ୍ୱାସ୍ଥ୍ୟଗତ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସି ପାରିବ |।ଅମର ଗାନ୍ଧୀ ଫାଉଣ୍ଡେସନ ବ୍ୟତୀତ ଦେଶର ଅନ୍ୟାନ୍ୟ ସଂସ୍ଥା ବି ଏକ୍ଷେତ୍ରକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ ଜାରି ରଖିଛନ୍ତି ।”

ଚଳିତ ବର୍ଷ ରଣବୀର କପୁରଙ୍କ ପିତା ରିଷି କପୁରଙ୍କ ନିଧନ ହୋଇଥିଲା । ୨୦୧୪ରେ ସେ ମଧ୍ୟ ଅଙ୍ଗଦାନ କରିବା ନେଇ ଶପଥ ନେଇଥିଲେ ।ରଣବୀରଙ୍କ ବ୍ୟତୀତ ପୂର୍ବରୁ ପ୍ରିୟଙ୍କା ଚୋପ୍ରା, ଆର ମାଧବନ, ଐଶ୍ୱର୍ଯ୍ୟ ରାୟ ବଚ୍ଚନ, ଅମୀର ଖାନଙ୍କ ପରି ସେଲିବ୍ରିଟିମାନେ ଅଙ୍ଗଦାନ କରିବା ନେଇ ଶପଥ ନେଇ ସାରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.