Below header

ପୁଣି ୧୦୮ ଆମ୍ବୁଲାନ୍ସ କର୍ମଚାରୀ କଲେ ରୋଗୀକୁ ଅବହେଳା, ଶ୍ବାସ ଜନିତ କଷ୍ଟ ପାଉଥିବା ନାବାଳିକାକୁ ଅକ୍ସିଜେନ ନଦେବାରୁ ଚାଲିଗଲା  

ଆନନ୍ଦପୁର(କେନ୍ୟୁଜ୍):  ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଅବହେଳା ପାଇଁ ଜଣେ ନାବାଳିକାର ମୃତ୍ଯୁ ଘଟିଥିବା ଅଭିଯୋଗରେ ଆଜି ମୃତକଙ୍କ ପରିବାର ଓ ଗାଁ ଲୋକଙ୍କ ତରଫରୁ  ଡାକ୍ତରଖାନାରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଥିଲା। ଉତ୍ତେଜନାକୁ ଦେଖି ଘସିପୁରା ପୋଲିସ୍ ଡାକ୍ତରଖାନାରେ ପହଁଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି ।

ଅଭିଯୋଗ ଅନୁଯାୟୀ , ନନ୍ଦିପଦା ଥାନା ଖେତୁଆଳୀ ଗାଁର ବସନ୍ତ ବେହେରାଙ୍କ ୧୧ ବର୍ଷିୟା ଝିଅ ସୋପ୍ନାମୟୀ ଶ୍ବାଶ ଜନିତ ସମସ୍ଯାରୁ ଗୁରୁତର ହୋଇଥିଲେ । ମେଡିକାଲ୍ ନେବେପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସର ସହାୟତା ନେଇଥିଲେ । ମେଡିକାଲ ଆସିବା ବାଟରେ ଝିଅଟି  ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲା । ଏହି ସମୟରେ ଆମ୍ବୁଲାନ୍ସରେ ଉପସ୍ଥିତ ଝିଅର ମା  ତୁଳସୀ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଅକ୍ସିଜେନ ଲଗାଇବାକୁ ଯେତେ ନେହୁରା ହୋଇଥିଲେ ମଧ୍ଯ ସେମାନେ କିଛି ଶୁଣିନଥିଲେ । ଫଳରେ ଡାକ୍ତରଖାନା ପହଁଞ୍ଚିବା ପୂର୍ବରୁ ବାଟରେ ଝିଅଟିର ମୃତ୍ଯୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.