Below header

ପୁଣିଥରେ ରାସ୍ତାକଡ଼କୁ ଚାଲି ଆସିଲେ ‘ବାବା କା ଢାବା’ର ମାଲିକ, ରେସ୍ତୋରାଁ ନ ଚାଲିବାରୁ ଖୋଲିଲେ ଠେଲା

ସୋସିଆଲ ମିଡିଆରେ ମାତ୍ର କିଛି ଦିନ ଭିତରେ ଭାଇରାଲ ହୋଇଥିବା ବାବା କା ଢାବା ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି। ସୋସିଆଲ ମିଡିଆରେ ଏହି ବୃଦ୍ଧଙ୍କ ଅସହାୟତା ଦେଖି ଅନେକ ଲୋକ ତାଙ୍କୁ ସାହାଯ୍ୟ କରିଥିଲେ ଓ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ପଠାଇଥିଲେ। ସେହି ଟଙ୍କାରେ ବାବା କାନ୍ତାପ୍ରସାଦ ଏକ ରେସ୍ତୋରାଁ ଖୋଲିଥିଲେ। ସେତେବେଳେ ସେହି ରେସ୍ତୋରାଁ ବି ବେଶ ଚର୍ଚ୍ଚାରେ ରହିଥିଲା। କିନ୍ତୁ ରେସ୍ତୋରାଁର ଖର୍ଚ୍ଚ ନ ଉଠାଇପାରିବାରୁ କାନ୍ତାପ୍ରସାଦ ଓ ତାଙ୍କ ସ୍ତ୍ରୀ ପୁଣିଥରେ ରାସ୍ତାକୁ ଚାଲି ଆସିଛନ୍ତି।

ସେ ପୁଣିଥରେ ନିଜ ପୁରୁଣା ଠିକଣାକୁ ଫେରି ଆସିଛନ୍ତି। ଯାହାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Baba Ka Dhaba

ସୂଚନାଯୋଗ୍ୟ ଯେ ବାବା କା ଢାବା ରେସ୍ତୋରାଁକୁ ଲୋକଲୋଚନକୁ ଆଣିବାରେ ୟୁଟ୍ୟୁବର ଗୌରବ ବାସନ ଖୁବ ସାହାଯ୍ୟ କରିଥିଲେ। ମାତ୍ର ବାବା କା ଢାବାର ମାଲିକ କାନ୍ତାପ୍ରସାଦ, ଗୌରବ ତାଙ୍କ ନାଁରେ ଆସୁଥିବା ସାହାଯ୍ୟ ରାଶି ନେଇ ଯାଉଥିବା ଅଭିଯୋଗ କରିଥିଲେ। ସେତେବେଳେ ଗୌରବ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ।

ତେବେ ପୁଣିଥରେ ରାସ୍ତା କଡ଼କୁ ଚାଲିଆସିଥିବା ଏହି ବୃଦ୍ଧ ଦମ୍ପତିଙ୍କ ବିଷୟରେ ଏବେ ଗୌରବ କହିଛନ୍ତି, କର୍ମ ଉପରେ ଏହି ଦୁନିଆରେ ଆଉ କିଛି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.