ବ୍ୟାୟାମ କରିବାର ଭିନ୍ନ ଏକ ଉପାୟ , LPG ସିଲିଣ୍ଡରକୁ ପାଟିରେ ଉଠାଇ ହେଲେ ଭାଇରାଲ

ଆଜି କାଲି ସମସ୍ତେ ନିଜ ଟ୍ୟାଲେଣ୍ଟ ସୋ କରି ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି । ଲୋକଙ୍କ ପ୍ରଶଂସା ସାଉଁଟିବା ବହୁତ ବଡ଼ କଥା । କିନ୍ତୁ ଯାହା ମନରେ ଜୋସ ଅଛି ତା ପାଇଁ ସବୁ କାମ ଖୁବ ସହଜ । ତେବେ ଏଭଳି ଏକ ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଜଣେ ମହିଳାଙ୍କୁ ଏକ ଭିନ୍ନ ମାଧ୍ୟମରେ ବ୍ୟାୟାମ କରୁଥିବାର ଦେଖିବାକୁ ପାଇବେ ।

ଇନଷ୍ଟାଗ୍ରାମରେ LPG ସିଲିଣ୍ଡରକୁ ଉଠାଇ ଏକ୍ସରସାଇଜ କରୁଥିବା ଏହି ମହିଳାଙ୍କ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ମହିଳା ଜଣକ ନାମ ଶୈଳି ଚିକାରା । କେବଳ ହାତରେ ନୁହେଁ ବରଂ ଦାନ୍ତରେ ମଧ୍ୟ ଗ୍ୟାସ ସିଲିଣ୍ଡରକୁ ଉଠାଇ ଭିଡିଓ ପୋଷ୍ଟ କରିଛନ୍ତି । ଭର୍ତ୍ତି ହୋଇଥିବା ଗ୍ୟାସ ସିଲିଣ୍ଡରକୁ ଉଠାଉଥିବା ଏହି ମହିଳା ଜଣକ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ଦେଖନ୍ତୁ ଏହି ଭିଡିଓ..

ଶୈଳି ଚିକାରା ଇନଷ୍ଟା ଆକାଉଣ୍ଟରେ ଏହାକୁ ନେଇ ଭିଡିଓ ପୋଷ୍ଟ କରିଛନ୍ତି । ନିଜକୁ Certified Fitness Consultant  ବୋଲି mention କରିଛନ୍ତି । ଏହାସହ ସେ ଆଇଟି ଫିଲ୍ଡରେ ମଧ୍ୟ କାମ କରୁଛନ୍ତି । କେବଳ ଇନଷ୍ଟା ନୁର୍ହେ ବରଂ ୟୁଟୁବ୍ ରେ ମଧ୍ୟ ତାଙ୍କର ଚ୍ୟାନେଲ ଅଛି, ଯେଉଁଠି ସେ ପୋଷ୍ଟ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.