Below header

ଏକ ଛୋଟ ପୋକ କାରଣରୁ ଅଟକିଗଲା ଜାପାନର ୨୬ ଟ୍ରେନ୍, ବାର ହଜାର ଯାତ୍ରୀ ହେଲେ ହନ୍ତସନ୍ତ

ଜାପାନରେ ଟ୍ରେନର ସମୟକୁ ନେଇ ଯେଉଁଠି ଦୁନିଆରେ ନିଜର ପରିଚୟ ସ୍ରୁଷ୍ଟି କରାଇପାରିଛି, ସେଇଠି ଏହି ଟ୍ରେନ ସେବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏତେ ବଡ ସେବାକୁ ପ୍ରଭାବିତ କରିଥିବା ଏକ ଛୋଟ ପୋକ, ଯାହାକୁ ଜାପାନର ଟ୍ରେନର ବିଦ୍ୟୁତ କାଟ୍ ପାଇଁ ଦୋଷୀ କରାଇଛନ୍ତି। ଯେଉଁଥିପାଇଁ ଜାପାନର ଡର୍ଜନ ଟ୍ରେନ୍ ଅଟକି ଗଲା ଏବଂ ୧୨ ହଜାର ଯାତ୍ରୀଙ୍କୁ ନିଜର ଗନ୍ତବ୍ୟ ସ୍ଥାନ ପର୍ଯ୍ୟନ୍ତ ପହଁଚିବାକୁ ଡେରୀ ହୋଇଗଲା।

ଏହି କଥା ଗୋଟିଏ ସପ୍ତାହ ପୁର୍ବର ଅଟେ, ଯେତେବେଳେ ଦକ୍ଷୀଣ ଜାପାନର ରେଳ ସେବାରେ ଡେରୀ ହୋଇଯାଇଥିଲା। ଏହି ଘଟଣାର କାରଣ ଜାଣିବା ପାଇଁ ଯେତେବେଳେ ଯାଞ୍ଚ କରାଗଲା ତେବେ ବଡ ହିଁ ଆଶ୍ଚର‌୍ୟ୍ୟ କରିଦେବା ଭଳି ମାମଲା ସାମ୍ନାକୁ ଆସିଲା। ଡେରୀର କାରଣ ସାମ୍ନାକୁ ଆସିଲାରୁ ଜଣାପଡିଲା ଯେ ଏହି ସବୁର କାରଣ ପଛର ଦାୟୀ ହେଉଛି ଗୋଟିଏ ଛୋଟ ପୋକ। ରେଳ ଅଧିକାରୀଙ୍କ ମୁତାବକ, ଏହା କହି ପାରିବାନାହିଁ ଯେ ଏମିତି ପ୍ରଥମ ଥର ହୋଇଛି। କିନ୍ତୁ ଏହି ଘଟଣା ୟୁନିକ ଅଟେ।

ଗତ ୩୦ ମଇରେ ବିଦ୍ୟୁତ ବାଧିତ ହେବା କାରଣରୁ ରେଲୱେ କର୍ପୋରେସନ ସେବାରେ ବାଧା ଉତ୍ପନ୍ନ ହୋଇଥିଲା। ଏହି କାରଣରୁ କମ୍ପାନୀକୁ ବାଧ୍ୟ ହୋଇ ୨୫ ଟ୍ରେନ୍ ସହିତ ଅନ୍ୟ ସେବାକୁ ବନ୍ଦ କରିବାକୁ ପଡିଥିଲା। ସେହିଭଳି କିଛି ଟ୍ରେନ୍ ଡେରୀରରେ ଚାଲୁଥିଲା। ଏହି ଘଟଣା କାରଣରୁ ଅନେକ ଷ୍ଟେସନରେ ଅସମାଞ୍ଜସ୍ୟ ଏବଂ ଅବ୍ୟବସ୍ଥା ସ୍ଥିତି ହୋଇଯାଇଥିଲା।

କମ୍ପାନୀର ପ୍ରବକ୍ତାଙ୍କ ଅନୁଯାୟୀ ବିଦ୍ୟୁତ ଅପୂର୍ତ୍ତିରେ ଆସିଥିବା ବାଧା ପାଇଁ ଯିଏ ଦୋଷୀ ତାଙ୍କର ଠିକଣା ମିଳିସାରିଛି। ପୂର୍ବରୁ ଆମକୁ ଲାଗୁଥିଲା ଯେ ଏହାଭିତରେ କୌଣସି ଏକ ଜୀବନ୍ତ ପୋକ ଅଟେ। କିନ୍ତୁ ସେଠାରୁ ଏକ ମଲା ପୋକ ବାହାରିଲା। ଜାପାନର ସ୍ଥାନୀୟ ମିଡିଆ ମୁତାବକ ବିଦ୍ୟୁତ ଉପକରଣରେ ଶର୍ଟ ସକ୍ରୀଟ୍ ହେବା ପରେ ସେହି ପୋକ ମଲା ଅବସ୍ଥାରେ ମିଳିଥିଲା।

ଅଧିକାରୀଙ୍କ ମୁତାବକ ଏହା ପୂର୍ବରୁ କୌଣସି ଏମିତି ସମସ୍ୟା ହୋଇନଥିଲା। ଅନେକ ଯାଞ୍ଚ ପରେ ଏହି କାରଣ ଛଡା ଆଉ କୌଣସି କାରଣ ଜଣାପଡିଲା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.